ଜାତୀୟରାଜନୀତି

ଏକଦା ପ୍ରଧାନମନ୍ତ୍ରୀ ପାଇଁ ମାୟାବତୀଙ୍କୁ ନେଇ ହେଉଥିବା ଆଲୋଚନା, ଏବେ ୟୁପିରେ ଗୋଟିଏ ଆସନରେ ସୀମିତ ବିଏସପି

ନୂଆଦିଲ୍ଲୀ() ଏକଦା ମାୟାବତୀଙ୍କୁ ପ୍ରଧାନମନ୍ତ୍ରୀ କରିବା ନେଇ ଆଲୋଚନ ହେଉଥିଲା । ଭାରତୀୟ ରାଜନୀତିରେ ବହୁଜନ ସମାଜ ପାର୍ଟର ଦବଦବାକୁ ଦେଖି ରାଜନୈତିକ ବିସାରଦ କହୁଥିଲେ ସେ ପ୍ରଧାନମନ୍ତ୍ରୀ ହୋଇପାରନ୍ତି। ୨୦୦୭ରେ ନିଜ ଦମରେ ୟୁପିରେ ସରକାର ଗଠନ କରିଥିବା ଏବଂ ୪ ଥରର ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ ଦଳର ଯେ ୨୦୨୨ରେ ଏପରି ସ୍ଥିତି ହେବ ହୁଏତ କେହି ଏକା ଚିନ୍ତା ମଧ୍ୟ କରିନଥିଲେ । ଏଥିପାଇଁ କୁହାଯାଏ ରାଜନୀତିରେ ସବୁକିଛି ସମ୍ଭବ । ଯିଏ ଦିନ ସଫଳତାର ଶୀର୍ଷରେ ଥିଲା ଆଜି ନିଜର ଭୁଲ ନିଷ୍ପତ୍ତି ଯୋଗୁଁ ରାଜନୀତିରେ ସତ୍ତାର ହରାଇ ବସିଛନ୍ତି। ୨୦୨୨ ବିଧାନସଭା ନିର୍ବାଚନରେ ବିଏସପି କେବଳ ଏକମାତ୍ର ଆସନରେ ବିଜୟୀ ହେବାରେ ସଫଳ ହୋଇଛି। ବହୁ ଛୋଟ ଦଳ ମଧ୍ୟ ବିଏସପିକୁ ପଛରେ ପକାଇଛନ୍ତି।

ନିର୍ବାଚନ ପରିଣାମ ଆସିବା ପରେ ମାୟବାତୀ ପ୍ରତିକ୍ରିୟା ରଖି ମୁସଲିମ ଭୋଟରଙ୍କ ସମର୍ଥନ ନମିଳିବା ପରାଜୟର କାରଣ ବୋଲି କହିଛନ୍ତି। ଏହାସହ ବିଜେପି ହିନ୍ଦୁ ଭୋଟରଙ୍କୁ ଭ୍ରମିକ କରିବାରୁ ଏପରି ହୋଇଥିବା କହିଛନ୍ତି। ପରାଜୟ ପରେ ଦୋଷ ଲଦିବା ଏବଂ ନିଜ ବିଫଳତା ଲୁଚାଇବା ଏକ ପାରମ୍ପାରିକ ବାଧ୍ୟବାଧକତା। ବିଏସପି ସୁପ୍ରିମୋ ମଧ୍ୟ ସମାନ ନୀତି ଆପଣାଇଲେ। ଦଳର ପରାଜୟରେ ମୁସଲିମ ସମୁଦାୟକୁ ଦାୟୀ କରିଛନ୍ତି। ନିର୍ବାଚନରେ ବିଏସପି ପ୍ରଦର୍ଶନ କଥା ଯଦି କହିବା ତେବେ ଆସନ ହରାଇବା ସହ ଭୋଟ ପ୍ରତିଶତ କମିଛି । ୨୦୧୭ ବିଧାନସଭା ନିର୍ବାଚନରେ ବିଏସପିକୁ ପ୍ରାୟ ୨୨ ପ୍ରତିଶତ ଭୋଟ ସହ ୧୭ ଆସନ ମିଳିଥିଲା। କିନ୍ତୁ ଏହି ନିର୍ବାଚନରେ ୧୨.୮୮ ପ୍ରତିଶତ ସହ ଗୋଟିଏ ଆସନ ମିଳିଛି। ନିର୍ବାଚନରେ ବିଏସପି ୧୬ ଆସନ ସହ ୧୦ ପ୍ରତିଶତ ଭୋଟ ହରାଇଛି।

ବିଏସପିର ଏହି ଶୋଚନୀୟ ପରାଜୟ ପାଇଁ ଅନେକ ଯୁକ୍ତିଯୁକ୍ତି ତର୍କ ରହିଛି । ରାସ୍ତାକୁ ଓହ୍ଲାଇ ଲୋକଙ୍କ ସହ ଠିଆ ହେବା ଦେଖିବାକୁ ମିଳି ନଥିଲା। ବଡ ବଡ ଘଟଣାରେ କେବଳ ବୟାନ ଜାରି ରାଜନୀତି କରିବା ସମ୍ଭବ ନୁହେଁ। ବିଏସପି ଏହା ହୃଦୟଙ୍ଗମ କରିବା ଜରୁରୀ ଯେ ପାରମ୍ପାରିକ ରାଜନୀତିର ସମୟ ବିତି ସାରିଛି। ନିର୍ବାଚନ ପ୍ରଚାର ଆଧୁନିକ ଉପାୟ ନ ଆପଣାଇଲେ ପଛରେ ପଡିବ। ତୃଣମୂଳ ସ୍ତରରେ ଦଳକୁ କାମ କରିବାକୁ ପଡିବ। ନୂଆ ପୀଢିର ନେତା କରିବାରେ ବିଏସପି ବିଫଳ ହୋଇଛି। ପୁରୁଣା ଚେହେରା ସବୁ ଦଳ ଛାଡିସାରିଛନ୍ତି । ଯଦି ବିଏସପି ପୁଣି ଥରେ ରାଜନୀତିକୁ ଫେରିବାକୁ ଚାହେଁ ତେବେ ନିଜର ନୀତି ଏବଂ ଚରିତ୍ରରେ ସୁଧାର କରିବା ଜରୁରୀ।

 

Related Articles

Back to top button
WP Twitter Auto Publish Powered By : XYZScripts.com