ଓଡ଼ିଶା

ବାଣପୁରରେ ଉତ୍ତେଜନା : ଲୋକଙ୍କ ଉପରେ ଚଢିଗଲା ଚିଲିକା ବିଧାୟକଙ୍କ ଗାଡ଼ି, ୨୦ରୁ ଅଧିକ ଆହତ

ଖୋର୍ଦ୍ଧା() ଚେୟାରମ୍ୟାନ୍‌ ଲାଗି ଚାଲିଥିଲା ନିର୍ବାଚନ । ବ୍ଲକ ଅଫିସ ପାଲଟିଲା ରଣକ୍ଷେତ୍ର ।ବାଣପୁର ବ୍ଲକ ଅଫିସରେ ନିକଟରେ ଘଟିଛି ଏଭଳି ଅଘଟଣ । ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗାଡ଼ି ଚଢି ୨୦ରୁ ଅଧିକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଏମ୍‌ସ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

ଖବର ଅନୁଯାୟୀ, ଅଧ୍ୟକ୍ଷ ନିର୍ବାଚନ ଲାଗି ବାଣପୁର ବ୍ଲକ ସମ୍ମୁଖରେ ଭିଡ ଜମିଥିଲା । ଠିକ୍‌ ଏହି ସମୟରେ ବିଧାୟକଙ୍କ ଗାଡି ଭିଡ ଭିତରକୁ ମାଡିଯାଇଥିଲା । ଯେଉଁଥିରେ କି ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତ ବ୍ୟକ୍ତିଙ୍କ ମଧ୍ୟରେ କିଛି ପୋଲିସ କର୍ମୀ, ମହିଳା, ସାମ୍ବାଦିକ ଥିବା ଜଣାପଡିଛି । ଏପିରିକି ଜଣେ ପୋଲିସ କର୍ମୀଙ୍କ ଗୋଡ ଓ ହାତ ଭାଙ୍ଗିଯାଇଥିବାର ଖବର ରହିଛି । ସମସ୍ତଙ୍କୁ ଘଟଣାସ୍ଥଳରୁ ଉଦ୍ଦାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରୁ ୩ଜଣଙ୍କୁ ଭୁବନେଶ୍ୱର ଏମ୍‌ସ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

 

ସେପଟେ ଏପରି ଘଟଣା ପରେ ଆକ୍ରୋଶର ଶିକାର ହୋଇଥିଲେ ବିଧାୟକ । ଉତ୍ୟକ୍ତଲୋକ ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଗାଡିରୁ ଟାଣି ଆଣି ଆକ୍ରମଣ କରିଥିଲେ । ଏପରିକି ତାଙ୍କ ଗାଡିକୁ ମଧ୍ୟ ଉତ୍ୟକ୍ତ ଲୋକ ଓଲଟାଇ ଦେଇଥିଲେ । ଲୋକଙ୍କ ଆକ୍ରମଣରେ ବିଧାୟକ ଲହୁଲୁହାଣ ହୋଇଥିଲେ । ସମର୍ଥକମାନେ ବିଧାୟକଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି  ବାଣପୁର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରୁ ତାଙ୍କୁ ଭୁବନେଶ୍ୱର ଏମ୍‌ସକୁ ସ୍ଥାନାନ୍ତରିତ କରାଯାଇଛି । ଖୋର୍ଦ୍ଧା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏସ୍‌ପି ନିଜ ଘଟଣାସ୍ଥଳକୁ ଗସ୍ତ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com