ଜାତୀୟରାଜନୀତି

ଗାନ୍ଧୀ ପରିବାର ଛାଡନ୍ତୁ କଂଗ୍ରେସର ନେତୃତ୍ୱ, ଆଉ କାହାକୁ ସୁଯୋଗ ଦିଅନ୍ତୁ-କପିଲ ସିବଲ

ନୂଆଦିଲ୍ଲୀ : ସଦ୍ୟ ସମାପ୍ତ ହୋଇଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସ ମାଟି କାମୁଡିଛି । ଦଳ କେଉଁଠି ହେଲେ ବିଜୟୀ ହୋଇପାରି ନାହିଁ । ଯାହାକୁ ନେଇ ଦଳ ଭିତରେ ଅସନ୍ତୋଷ ଦାନା ବାନ୍ଧୁଛି । ଏହାମଧ୍ୟରେ କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ ଦଳର ନେତୃତ୍ୱରୁ ଦୂରେଇବାକୁ ଚାହୁଥିବା କହିଛନ୍ତି ।
ଲାଇଭ ହିନ୍ଦୁସ୍ଥାନର ରିପୋର୍ଟ ଅନୁସାରେ,  କପିଲ କହିଛନ୍ତି ଯେ, ଏହା ସଠିକ ସମୟ । ଗାନ୍ଧୀ ପରିବାର କଂଗ୍ରେସର ନେତୃତ୍ୱରୁ ହଟିବା ଦରକାର । ଅନ୍ୟ କାହାକୁ ନେତୃତ୍ୱ ପାଇଁ ସୁଯୋଗ ଦେବା ଆବଶ୍ୟକ । ଏହାସହ ଦଳର ମାନସମନ୍ଥନ ଆଲୋଚନାକୁ ସେ କଟାକ୍ଷ ମଧ୍ୟ କରିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ଦଳ ୮ ବର୍ଷ ହେଲା ହାରୁଛି । ହେଲେ କାରଣ ଜାଣିପାରୁ ନାହିଁ । ଜି୨୩ ନେତା ୨୦୨୦ରେ ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ । ଦଳରେ ଆମୂଳଚୂଳ ପରିବର୍ତ୍ତନ ପାଇଁ ଦାବି କରିଥିଲେ ।  ଗାନ୍ଧୀ ପରିବାର ନୂଆ ନେତାଙ୍କ ପାଇଁ ବାଟ ଫିଟାଇବା ଆବଶ୍ୟକ । କ୍ଷମତା ଗାନ୍ଧୀ ପରିବାର ଏବେ ନିଜ ହାତରେ ରଖିବା ଠିକ୍ ନୁହେଁ ।
ସିବଲ ଆହୁରି କହିଛନ୍ତି ଯେ, ଦଳର ପରାଜୟକୁ ନେଇ ସେ ଚିନ୍ତିତ ଅଛନ୍ତି । ସିଡବ୍ଲୁସି ବୈଠକରେ ପୁଣି ସୋନିଆଙ୍କ ନେତୃତ୍ୱରେ ଦଳ ଚାଲିବ ବୋଲି ନିଷ୍ପତ୍ତି ହୋଇଛି । କିନ୍ତୁ ଅନେକନେତାଙ୍କ ମତ ଅଲଗା । ସିଡବ୍ଲୁସି ବାହାରେ ବି ଆଉ ନେତା ଅଛନ୍ତି । ସେ ନିଜେ ସିଡବ୍ଲୁସିରେ ନାହାଁନ୍ତି । ଦେଶରେ ଅନେକ କଂଗ୍ରେସ ନେତା ଅଛନ୍ତି । କେବଳ ସିଡବ୍ଲୁସି ସବୁ ନୁହେଁ । କେରଳ, ଜମ୍ମୁ କାଶ୍ମୀର, ଗୁଜୁରାଟ, ଉତ୍ତର ପ୍ରଦେଶର ଅନେକ ନେତା ସିଡବ୍ଲୁସିର ମତ ସହ ଭିନ୍ନ ମତ ରଖିଥାନ୍ତି । ସେ ନିଜେ କଂଗ୍ରେସରେ ପରିବାରବାଦ ଚାହୁଁନାହାଁନ୍ତି । ସେ ସମସ୍ତଙ୍କ କଂଗ୍ରେସ ପାଇଁ ଲଢିବେ ବୋଲି କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com