ଜାତୀୟମନୋରଞ୍ଜନ

ବର୍ଥଡେରେ ଆଲିଆଙ୍କୁ ଉପହାର, ପରଦାକୁ ଆସିଲା ବ୍ରହ୍ମାସ୍ତ୍ରର ଫାଷ୍ଟ ଲୁକ୍

ମୁମ୍ୱାଇ : ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଆଜି ୨୯ ବର୍ଷ ହୋଇଛି । ତାଙ୍କ ଜନ୍ମଦିନ ଅବସରରେ ସେ ବନ୍ଧୁ, ପ୍ରଶଂସକ ଏବଂ ପରିବାରର ଅନେକ ଶୁଭେଚ୍ଛା ଜଣାଉଛନ୍ତି । ଏହି ଅବସରରେ ବିଶେଷ ଉତ୍ସବର ଆୟୋଜନ କରାଯାଇଥିଲା । ଯେଉଁଥିରେ ଆୟାନ ମୁଖାର୍ଜୀ ଆଲିଆଙ୍କ ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର ବ୍ରହ୍ମାସ୍ତ୍ରରୁ ଫାଷ୍ଟ ଲୁକ୍ ରିଲିଜ କରିଛନ୍ତି ।
ଏହି ଫିଲ୍ମରେ ଅଭିନେତ୍ରୀ ପ୍ରଥମ ଥର ପାଇଁ ବଡ ପରଦାରେ ରଣବୀର କପୁରଙ୍କ ସହ ରୋମାନ୍ସ କରୁଥିବା ନଜର ଆସିବେ। ୩୧ ସେକେଣ୍ଡର ଟିଜରରେ ଇଶା ରୂପରେ ଆଲିଆଙ୍କ ଭିନ୍ନ ଭିନ୍ନ ରୂପ ଦେଖିବାକୁ ମିଳିଛି । କେତେବେଳେ ସେ ବବଲି ଦେଖାଯାଉଛନ୍ତି ତ କେତେବେଳେ ସେ ଗ୍ଲାମରସ୍ ଲୁକ । କିଛି ଦୃଶ୍ୟରେ ସେ ବହୁତ ନିର୍ଭିକ ଦେଖିବାକୁ ମିଳିଛନ୍ତି । କୌତୁହଳର ବିଷୟ, ଆଲିଆଙ୍କ ଏହି ପ୍ରଥମ ଲୁକ୍ ଭିଡିଓରେ ରଣବୀରଙ୍କ ସହ ରୋମାନ୍ସ କରୁଥିବା ଦେଖିବାକୁ ମିଳୁଛି ।
ଯେଉଁଥିରେ ରଣବୀର ଆଲିଆଙ୍କୁ କୋଳରେ ଧରିଥିବାର ନଜର ଆସିଛନ୍ତି । ଭିଡିଓଟିକୁ ସୋସିଆଲ ମିଡିଆରେ ସେୟାର କରାଯଇ ଲେଖାଯାଇଛି ହାପି ବାର୍ଥଡେ ଲିଟିଲ ଓ୍ନାନ୍ । ଏଠାରେ ତୁମର ବିଶେଷ ଦିନ ପାଳନ କରିବାକୁ ଆମ ପାଖରେ କିଛି ଅଛି । ଆମେ ଆମର ଚଳଚ୍ଚିତ୍ରରୁ ଆମର ଇଶା – ବ୍ରହ୍ମାସ୍ତ୍ର କି ଶକ୍ତି ର ପ୍ରଥମ ଲୁକ୍ ରିଲିଜ୍ କରୁଛୁ ! ପ୍ରେମ, ଆଲୋକ, ଅଗ୍ନି

Related Articles

Back to top button
WP Twitter Auto Publish Powered By : XYZScripts.com