ଜାତୀୟରାଜନୀତି

ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭଗୱନ୍ତ ମାନ

ନୂଆଦିଲ୍ଲୀ: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି ଭଗୱନ୍ତ ମାନ । ଚଳିତ ନିର୍ବାଚନରେ ଭଗୱନ୍ତଙ୍କୁ ଆମ ଆଦମୀ ପାର୍ଟି (ଆପ) ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା । ତାଙ୍କ ନେତୃତ୍ୱରେ ରାଜ୍ୟରେ ଆପ ବହୁମତ ହାସଲ କରିବା ସହ ଇତିହାସ ରଚିଥିଲା । ଦିଲ୍ଲୀ ପରେ ଦ୍ୱିତୀୟ ଥର ପାଇଁ ପଞ୍ଜାବରେ ଆପ ସରକାର ଗଠନ କରିବାରେ ସକ୍ଷମ ହୋଇଥିଲା । ପଞ୍ଜାବ ବିଧାନସଭାର ମୋଟ ୧୧୭ଟି ଆସନ ମଧ୍ୟରୁ ଆପ ୯୨ଟି, କଂଗ୍ରେସ ୧୮ଟି, ଅକାଳି ଦଳ ୩ଟି ଓ ବିଜେପି ୨ଟି ସିଟରେ ବିଜୟ ହାସଲ କରିଥିଲେ ।
ଭଗୱନ୍ତ ପଞ୍ଜାବର ୧୭ତମ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି । ତେବେ କାର୍ଯ୍ୟକାଳ ହିସାବରେ ସେ ପଞ୍ଜାବର ୨୫ତମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ତାଙ୍କୁ ରାଜ୍ୟପାଳ ବନୱାରୀଲାଲ ପୁରୋହିତ ଶପଥ ପାଠ କରାଇଥିଲେ । ଚଳିତ ନିର୍ବାଚନରେ ଭଗୱନ୍ତ ଧୂରି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବା ସହ ୫୮ ହଜାରରୁ ଅଧିକ ଭୋଟରେ କଂଗ୍ରେସ ପ୍ରାର୍ଥୀ ଦଲବୀର ସିଂହଙ୍କୁ ପରାସ୍ତ କରିଥିଲେ । ୧୯୭୩ ମସିହା ଅକ୍ଟୋବର ୧୭ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ । ସେ ଏକାଧାରାରେ ଜଣେ ଅଭିନେତା କମେଡ଼ିଆନ ଓ ବ୍ୟଙ୍ଗକାର ଅଟନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com