ଓଡ଼ିଶା

ପୁରୀରେ ଶ୍ରୀମନ୍ଦିର ସେବାୟତଙ୍କୁ ହତ୍ୟା, ଗୁଳିମାଡ଼ରେ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ମୃତ୍ୟୁ ହୋଇଛି

ପୁରୀ : ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ଗୁଳିମାଡ଼ରେ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ମୃତ୍ୟୁ ହୋଇଛି । ସୁଆର ମହାସୁଆର ନିଯୋଗର ସାଧାରଣ ସମ୍ପାଦକ ଥିଲେ କୃଷ୍ଣଚନ୍ଦ୍ର ।

ସୂଚନା ଅନୁସାରେ, ବାରବାଟୀ ଜାଗା ପରିସରରେ ଗୁଳିମାଡ଼ କରି ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଥିଲେ । ଗୁରୁତର ଅବସ୍ଥାରେ କୃଷ୍ଣଚନ୍ଦ୍ରଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କୃଷ୍ଣଚନ୍ଦ୍ରଙ୍କୁ ମୃତ ଘୋଷଣା କରିଛନ୍ତି ପୁରୀ ମେଡିକାଲ ଡାକ୍ତର । ପୂର୍ବ ଶତ୍ରୁତାରୁ ଫାୟାରିଂ କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com