ଜାତୀୟମନୋରଞ୍ଜନ

ଫିଲ୍ମ ‘ଦ କାଶ୍ମୀରି ଫାଇଲ୍ସ’କୁ ନେଇ ସ୍ବରାଙ୍କର ବିବାଦୀୟ ଟ୍ବିଟ୍‌, ଟ୍ରୋଲ୍‌ କଲେ ୟୁଜର୍ସ

ନୂଆଦିଲ୍ଳୀ () ବିବେକ ଅଗ୍ନିହୋତ୍ରିଙ୍କ ‘ଦ କାଶ୍ମୀରି ଫାଇଲ୍ସ’ ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚା ଥମୁନି। ଫିଲ୍ମର କ୍ରେଜ୍ ବଢ଼ୁଥିବା ବେଳେ ଦର୍ଶକଙ୍କ ପ୍ରଂଶସା ମଧ୍ୟ ବଢିବାରେ ଲାଗିଛି । ଅଗ୍ନିହୋତ୍ରିଙ୍କ ନିର୍ଦ୍ଦେଶିତ ‘ଦ କାଶ୍ମୀରି ଫାଇଲ୍ସ’ ମାର୍ଚ୍ଚ ୧୧ରେ ପରଦାରେ ରିଲିଜ୍ ହୋଇଥିଲା। ଫିଲ୍ମଟିକୁ ସମସ୍ତେ ପସନ୍ଦ କରୁଥିବା ବେଳେ ଅଭିନେତ୍ରୀ ସ୍ୱରା ଭାସ୍କର ମଧ୍ୟ ଟ୍ୱିଟ୍ କରି ଜବରଦସ୍ତ ଟ୍ରୋଲ୍ ହୋଇଛନ୍ତି ।

ଫିଲ୍ମ ରିଲିଜରେ ଏହାକୁ ନେଇ ଦର୍ଶକ ଭଲ୍ ରିଭ୍ୟୁ ଦେଉଥିବା ବେଳେ ଅକ୍ଷୟ କୁମାର, ୟାମି ଗୌତମ, ହନସଲ୍‌ ମେହଟାଙ୍କ ଭଳି ବହୁ ବଲିଉଡ୍ ତାରକା ‘ଦ କାଶ୍ମୀରି ଫାଇଲ୍ସ’ର ସମର୍ଥନ କରି ଦେଖିବା ପାଇଁ ଦର୍ଶକଙ୍କୁ ଅପିଲ୍ କରିଛନ୍ତି । ଆଉ ଠିକ୍ ଏହି ସମୟରେ ସ୍ୱରା ଭାସ୍କର ‘ଦ କାଶ୍ମୀରି ଫାଇଲ୍ସ’ର ନାଁ ନନେଇ ଏକ ବିବାଦୀୟ ଟ୍ୱିଟ୍ କରିଛନ୍ତି । ଯାହା ବର୍ତ୍ତମାନ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି । ଅଭିନେତ୍ରୀ ହୁଏତ ବିବେକ କିମ୍ବା ତାଙ୍କ ଫିଲ୍ମର ନାମ ଦେଇନାହାଁନ୍ତି, କିନ୍ତୁ ଲୋକମାନେ ଏହି ବିଷୟରେ ତାଙ୍କ ଟ୍ୱିଟ୍‌କୁ ଦେଖି ନାନା କଥା କହିଛନ୍ତି । ଏନେଇ ସ୍ୱରା ଟ୍ୱିଟ୍ କରି କହିଛନ୍ତି, ‘ଯଦି ତୁମେ ଚାହୁଁଛ ଯେ ଲୋକମାନେ ତୁମର ସଫଳତା ପାଇଁ ଆପଣଙ୍କୁ ଅଭିନନ୍ଦନ ଜଣାଉଛନ୍ତି … ତେବେ ଗତ ୫ବର୍ଷ ମୁଣ୍ଡ ନୁଆଁଇବାକୁ ଦିଅନ୍ତୁ ନାହିଁ।’

ସ୍ୱରାଙ୍କ ଏଭଳି ଟ୍ୱିଟ୍ ଏବେ ଜୋରଦାର୍ ଟ୍ରୋଲ୍ ହେବାରେ ଲାଗିଛି । ଜଣେ ଟ୍ୱିଟର ବ୍ୟବହାରକାରୀ ଲେଖିଛନ୍ତି, ସ୍ୱରାଙ୍କୁ ଫିଲ୍ମ ରିଲିଜ୍ ପୂର୍ବରୁ ହିଁ ୧୦ ତାରିଖରୁ ଝଟକା ଲାଗିଥିଲା । ଏବେ ଫିଲ୍ମଟି ୨୦୦ କୋଟି ରୋଜଗାର କଲେ ଆହୁରି ଜଳିବ । ଜଣେ ଲେଖିଛନ୍ତି, ସ୍ୱରା ଦିଦି ଦୟାକରି ‘ଦ କାଶ୍ମୀରି ଫାଇଲ୍ସ’କୁ ଦେଖି ଆତଙ୍କବାଦ ଓ ନରଂସହାରକୁ ବୁଝି ନିଅନ୍ତୁ । ସେହିଭଳି ଆଉ ଜଣେ ଲେଖିଛନ୍ତି, ଆପଣ ଆଇଏମଡିବିର ରେଟିଂକୁ ମିଛ କହି ପାରିବେ ନାହିଁ । ଯଦି ଆପଣ ମିଛ ଭାବୁଛନ୍ତି ତାହେଲେ ଆପଣଙ୍କ ଘର ପାଖରେ ଥିବା ହଲକୁ ଯାଆନ୍ତୁ । ହାଉସଫୁଲ୍ ଶୋ ଚାଲୁଛି ।

Related Articles

Back to top button
WP Twitter Auto Publish Powered By : XYZScripts.com