ଅନ୍ତର୍ଜାତୀୟଜାତୀୟ

‘ଭାରତ ଆମକୁ ସନ୍ଦେଶ ଦେଇଛି’ : ମିସାଇଲ ଘଟଣାରେ ପ୍ରଶ୍ନ ଉଠାଇଲେ ପାକ୍ ସାଂସଦ

ନୂଆଦିଲ୍ଲୀ() ଭାରତୀୟ ମିସାଇଲ ଭୁଲରେ ପାକିସ୍ତାନରେ ପଶିଯିବା ଘଟଣାକୁ ହଜମ କରିପାରୁନି ପାକିସ୍ତାନ । ଭାରତ ସମେତ ଆମେରିକା ମଧ୍ୟ ଏହା ଅଜାଣତରେ ହୋଇଥିବା କହି ସାରିଛନ୍ତି । ପାକିସ୍ତାନ କିନ୍ତୁ ଏହାକୁ ମାନିବାକୁ ନାରାଜ । ପାକିସ୍ତାନୀ ବୈଦେଶିକ ବ୍ୟାପର କମିଟିର ସ୍ଥାୟୀ ସଦସ୍ୟ ଥିବା ସୀରୀ ରେହମାନ ଘଟଣାରେ ଭାରତ ଦେଇଥିବା ସ୍ପଷ୍ଟୀକରଣ ଉପରେ ପ୍ରଶ୍ନ କରିଛନ୍ତି । ଏହା ଭାରତ ପାକିସ୍ତାନକୁ ସନ୍ଦେଶ ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ, ପାକିସ୍ତାନରେ ଭାରତର ମିସାଇଲ ପଡିବା ବିପଦର ସଙ୍କେତ ଅଟେ । ଏହାର ଭୟଙ୍କର ପରିଣାମ ହୋଇପାରିଥାନ୍ତା । ଦୁଇଟି ପରମାଣୁ ଶକ୍ତି ସମ୍ପନ୍ନ ଦେଶର ଶତ୍ରୁତା କମିବା ଦରକାର । ତେବେ ଭାରତର ଭୁଲକୁ ଅନ୍ତର୍ଜାତୀୟ ସମୁଦାୟ ଅଣଦେଖା କରିବା ଅନୁଚିତ ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ମିସାଇଲ ପାକିସ୍ତାନର ରାଜଧାନୀ ଇସଲାମାବାଦଠୁ ମାତ୍ର ୫୦୦ କିମି ଦୂରରେ ପଡିଛି । ଭାରତ ଆମେରିକା ଓ ଚୀନ ପରେ ପ୍ରତିରକ୍ଷା କ୍ଷେତ୍ରରେ ସବୁଠାରୁ ଅଧିକ ଅର୍ଥ ଖର୍ଚ୍ଚ କରେ । ତେବେ ଏତେ ବଡ ଅଘଟଣ କିପରି ଭୁଲରେ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି । ଭାରତ ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏହା ଉପରେ ପ୍ରଶ୍ୱ କରିଛି । ଏହା ପାକିସ୍ତାନ ପ୍ରତି ଭାରତର କିଛି ସନ୍ଦେଶ ହୋଇଥାଇପାରେ । ଏପରିକି ପାକିସ୍ତାନ ତରଫରୁ ଏପରି ଘଟଣା ଘଟିଥିଲେ ଅନ୍ତରାଷ୍ଟ୍ରୀୟ ସମୁଦାୟ କଣ ଚୁପ୍ ରହିଥାନ୍ତେ ବୋଲି ସେ ପଚାରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com