ଅନ୍ୟାନ୍ୟ

ବିହାରରେ ଥମୁନି ମଦ ବିଭୀଷିକା: ହୋଲିରେ ନିଶା ଖାଇବା ପରେ ଅତି କମରେ ୩୭ ଜଣଙ୍କ ମୃତ୍ୟୁ

ପାଟନା: ବିହାରରେ ଜାରି ରହିଛି ମଦ ବିଭୀଷିକା । ବିହାରର ପୋଲିସର ଜଣେ ଅଧିକାରୀଙ୍କ କହିବାନୁସାରେ, ହୋଲି ଦିନଠାରୁ ବିହାରର ତିନୋଟି ଜିଲ୍ଲାରେ ମଦ ପିଇ ୩୭ ଜଣଙ୍କର ମୃତ୍ୟୁ ହୋଇଛି । ଅଧିକାଂଶ ମୃତ୍ୟୁ ଭାଗଲପୁର ଜିଲ୍ଲାରେ ଘଟିଛି ଯେଉଁଠାରେ ଶନିବାର ସକାଳରୁ ୨୨ ଜଣଙ୍କର ମୃତ୍ୟୁ ଘଟିଛି ।
ଏହା ବ୍ୟତୀତ ବାଙ୍କା ଜିଲ୍ଲାରେ ୧୨ଜଣ ଏବଂ ମାଧେପୁରାରେ ୩ ଜଣ ପ୍ରାଣ ହରାଇଛନ୍ତି । ତେବେ ବିହାର ପୋଲିସ ଦାବି କରିଛି ଯେ ଏହା ରହସ୍ୟମୟ ମୃତ୍ୟୁ ଏବଂ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ଅନୁସନ୍ଧାନ କରାଯାଉଛି । ମୃତକଙ୍କ ପରିବାର ସଦସ୍ୟ ଦାବି କରିଛନ୍ତି ଯେ ସେମାନେ ହୋଲି ଅବସରରେ ଶୁକ୍ରବାର ସନ୍ଧ୍ୟା ଏବଂ ଶନିବାର ସକାଳେ ମଦ ପିଇଥିଲେ । ସେହି ଦିନଠାରୁ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା ।
ପେଟ ଯନ୍ତ୍ରଣା, ବାନ୍ତିର ଶିକାର ହୋଇଥିଲେ । ଆହତଙ୍କୁ ଭାଗଲପୁର, ବାଙ୍କା ଏବଂ ମାଧେପୁରାର ବିଭିନ୍ନ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଭାଗଲପୁରର ସାହେବଗଞ୍ଜର ମୂଳ ବାସିନ୍ଦା କୁମାର ଗୌରବ ଦାବି କରିଛନ୍ତି ଯେ ସେ ଏହି ଅଞ୍ଚଳରେ ମଦ ବିକ୍ରି ସମ୍ପର୍କରେ ସ୍ଥାନୀୟ ପୋଲିସକୁ ସୂଚନା ଦେଇଛନ୍ତି ।
କିନ୍ତୁ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନା କରି ଦେଇଛି । ମଦ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଁ ଭାଗଲପୁରର ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲି । କିନ୍ତୁ କେହି ପ୍ରତିକ୍ରିୟା ପ୍ରକାଶ କରିନଥିଲେ ବୋଲି ଗୌରବ ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com