ଓଡ଼ିଶା

କାଲି ଆସିବ ପୌର ଫଳାଫଳ, ସକାଳ ୮ଟାରୁ ଆରମ୍ଭ ହେବ ଗଣତି

ଭୁବନେଶ୍ୱର: ଆସନ୍ତାକାଲି ପୌର ଭୋଟ ଗଣତି । ସକାଳ ୮ଟାରୁ ରାଜ୍ୟର ୧୦୮ ପୌରଞ୍ଚଳରେ ଭୋଟ ଗଣତି ଆରମ୍ଭ ହେବ । କେବଳ ଧାମନଗର ଏନଏସିର ୬ଟି ୱାର୍ଡରେ ପୁନଃ ମତଦାନ ହେବାକୁ ଥିବାରୁ ସେଠାରେ ଭୋଟ ଗଣତି ହେବନାହିଁ । ୫୮ଟି ବିଜ୍ଞାପିତ ଅଞ୍ଚଳ, ୪୭ ପୌର ପରିଷଦ ଏବଂ ୩ଟି ମହାନଗର ନିଗମରେ ଭୋଟ ଗଣତି ହେବ । ପ୍ରତି ବିଜ୍ଞାପିତ ପରିଷଦରେ ଗଣତି କେନ୍ଦ୍ରରେ ୨ଟି ଟେବୁଲ, ପୌର ପରିଷଦରେ ୫ଟି ଟେବୁଲ ଏବଂ ମହାନଗର ନିଗମରେ ୧୨ଟି ଟେବୁଲରେ ଭୋଟ ଗଣତି ହେବ ।
କାଉନସିଲର ଓ କର୍ପୋରେଟରଙ୍କ ପାଇଁ ଯେତିକି ଟେବୁଲର ବ୍ୟବସ୍ଥା ହୋଇଛି ସେଠାରେ ସେତିକି ଟେବୁଲରେ ପୌରାଧ୍ୟକ୍ଷ ଓ ମେୟରଙ୍କ ପାଇଁ ଗଣତି ହେବ । ପ୍ରତି ଗଣତି କେନ୍ଦ୍ରରେ ସିସିଟିଭି ଓ ଭିଡିଓଗ୍ରାଫି ବ୍ୟବସ୍ଥା କରାଯାଇଛି । ଏଥିସହ ଗଣତି କେନ୍ଦ୍ର ଭିତରେ ଓ ବାହାରେ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଇଭିଏମ ଗଣତି ପୂର୍ବରୁ ପୋଷ୍ଟଲ ଭୋଟ୍‌ ଗଣତି ହେବ । ପ୍ରତି ୱାର୍ଡର ଗଣତି ପରେ ଫଳାଫଳ ଘୋଷଣା କରାଯିବ । ସେହିପରି ମେୟର ଓ ପୌରାଧ୍ୟକ୍ଷଙ୍କ ପ୍ରତ୍ୟେକ ରାଉଣ୍ଡ ପରେ ଫଳାଫଳ ଘୋଷଣା ହେବ । ପ୍ରତି ଟେବୁଲରେ ଜଣେ ଲେଖାଏଁ କାଉଣ୍ଟିଂ ସୁପରଭାଇଜର, ସହକାରୀ ସହ ଇଭିଏମ ନେବା ଆଣିବା ପାଇଁ କର୍ମଚାରୀ ନିୟୋଜିତ ହୋଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com