ଅନ୍ୟାନ୍ୟ

‘I Love You Papa Mummy’ , ଲେଖି OYO ରୁମରେ ଫାଶୀ ଲଗାଇଲା ବିଟେକ୍ ଛାତ୍ରୀ

ନୋଏଡା: ଉତ୍ତରପ୍ରଦେଶର ନୋଏଡାର ଜଣେ ବିଟେକ୍ ଛାତ୍ରୀ OYO ହୋଟଲରେ ଫ୍ୟାନରେ ଝୁଲି ଆତ୍ମାହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ନୋଏଡା ପୋଲିସର କହିବା ମୁତାବକ, ୨୨ ବର୍ଷୀୟା ମୃତକ ଜଣକ ଛାତ୍ରୀ ରଜତ ବିହାର କଲୋନୀରେ ରହୁଥିଲେ । ଛାତ୍ରୀଙ୍କ ନାଁ ଶିବାନୀ ଗୁପ୍ତା ଓ ସେ ଜେପି ଇଷ୍ଟିଚ୍ୟୁଟରେ ଇଞ୍ଜିନିୟରିଂ ପାଠ ପଢ଼ୁଥିଲେ । ଶିବାନୀ ନୋଏଡ଼ାରେ ନିଜର ମାତା, ପିତା ଓ ଭାଇଙ୍କ ସହ ରହୁଥିଲେ ।
ବୁଧବାର ଦ୍ୱିପହରରେ ଲାଇବ୍ରେରୀ ଯାଇ ପଢ଼ିବି କହି ଶିବାନୀ ଘରୁ ବାହାରି ଆସିଥିଲେ । କିନ୍ତୁ ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ତାଙ୍କୁ ଫୋନ୍ କରିଥିଲେ । ଶିବାନୀ ଫୋନ୍ ନଉଠାଇବାରୁ ପରିବାର ଲୋକେ ଆତଙ୍କିତ ହୋଇପଡିଥିଲେ । ସେମାନେ ପୋଲିସକୁ ଏନେଇ ସୂଚନା ଦେଇଥିଲେ ।
ପରିବାର ଲୋକଙ୍କ ଅଭିଯୋଗ ପରେ ସେକ୍ଟର ୫୮ର ପୋଲିସ ଇଲେକ୍ଟ୍ରୋନିକ୍ ସର୍ଭିଲାନ୍ସ ଆଧାରରେ ଖୋଜିବା ଆରମ୍ଭ କରିଥିଲା । ସେବେ ଜଣାପଡିଲା କି, ଶିବାନୀଙ୍କ ଲୋକେସନ୍ ସେକ୍ଟର-୫୬ରେ OYO ହୋଟେଲରେ ଦେଖାଉଛି । ପୋଲିସ ସେଠାରେ ପହଞ୍ଚି ଶିବାନୀଙ୍କ ଶବକୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲା । ସେ ନିଜ ଡ୍ରେସର ଚୁନରୀରେ ଫାଶୀ ଲଗାଇଥିଲେ । ଏହି ସମୟରେ ପୋଲିସକୁ ୩ ପୃଷ୍ଠାର ଏକ ସୁଇସାଇଡ୍ ନୋଟ ମିଳିଥିଲା, ଯେଉଁଥିରେ ଲେଖାଥିଲା ଯେ-‘ଆଇ ଲଭ ୟୁ ପାପା, ଆଇ ଲଭ ୟୁ ମମି’ । ପୋଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ସୁଇସାଇଡ୍ ନୋଟକୁ ଫରେନ୍ସିକ ଯାଞ୍ଚ ପାଇଁ ଲ୍ୟାବକୁ ପଠାଇଛି । ବର୍ତ୍ତମାନ ସୁଦ୍ଧା ଶିବାନୀଙ୍କ ଆତ୍ମହତ୍ୟାର କାରଣ ଜଣାପଡିନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com