କ୍ରୀଡ଼ା

ସ୍ପୋନସରସିପ ମାମଲାରେ IPL ଭାଙ୍ଗିଲା ସମସ୍ତ ରେକର୍ଡ, ୧୦୦୦ କୋଟି ଟପିଲା ବ୍ୟବସାୟ

ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ଇତିହାସରେ ପ୍ରଥମ ଥର ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଏକ  ହଜାର କୋଟିରୁ ଅଧିକ ଆୟ କରିବାକୁ ଯାଉଛି। ଆଇପିଏଲ ୨୦୨୨ରେ ସ୍ପୋନସରସିପ ଉପରେ ନଜର ପକାଇଲେ ବିସିସିଆଇ ୧୦୦୦ କୋଟିରୁ ଅଧିକ ଆୟ କରିବା ନିଶ୍ଚିତ। ଲିଗ୍‌ର ୧୪ ବର୍ଷର ଇତିହାସରେ ଏ ପର୍ଯ୍ୟନ୍ତ ଏମିତି କେବେ ଘଟିନାହିଁ। ଆଇପିଏଲର ୧୫ତମ ସିଜିନରେ ବିସିସିଆଇକୁ ୧୦୦୦ କୋଟି ଟଙ୍କାର ପ୍ରାୟୋଜକ ରାଶି ମିଳିଛି।
ଏଥର ଟାଟା ଆଇପିଏଲରର ମୁଖ୍ୟ ପ୍ରାୟୋଜକ ଅର୍ଥାତ ଟାଇଟଲ୍ ସ୍ପୋନସର ରହିଛି। ସେହି ପରି ଦୁଇଟି ଆସୋସିଏଟ ସ୍ପୋନସର ମଧ୍ୟ ବିସିସିଆଇକୁ ମିଳିଛି। ଏହା ଦର୍ଶାଉଛି ଏହି ଲିଗ୍ କେତେ ବିଶାଳ ହେବାରୋ ଲାଗିଛି। ଆଇପିଏଲର ଗଭର୍ଣ୍ଣିଂ କାଉନସିଲ ନିକଟରେ ରୁପେ ଏବଂ ସ୍ଵିଗି ଆଇପିଏଲର କେନ୍ଦ୍ରୀୟ ପ୍ରାୟୋଜକ ହୋଇଥିବା ଘୋଷଣା କରିଛି। ପ୍ରଥମ ଥର ବିସିସିଆଇକୁ ଏମିତି ପ୍ରାୟୋଜକ ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, ରୁପେ ଏବଂ ସ୍ଵିଗି ସହିତ ବିସିସିଆଇ ବାର୍ଷିକ ୪୮-୫୦ କୋଟି ଟଙ୍କାର ଡିଲ୍ କରିଛି। ଟାଟା ଗ୍ରୁପ ମୁଖ୍ୟ ପ୍ରାୟୋଜକ ଭାବେ ବାର୍ଷିକ ୩୩୫ କୋଟି ଟଙ୍କା ପ୍ରଦାନ କରିବ, ଯାହା ଭିଭୋ ତୂଳନାରେ କମ ରହିଛି। ତଥାପି ବିସିସିଆଇ ପ୍ରାୟ ୩୦-୪୦ ପ୍ରତିଶତ ଅଧିକ ଆୟ କରିବ। ସୂତ୍ର ମୁତାବକ ଡିଲ୍‌କୁ ଏମିତି ଟ୍ରାନ୍ସଫର କରାଯାଇଛି ଯଦ୍ଵାରା ସମସ୍ତ ଘାଟା ଭିଭୋ ବହନ କରିବ।
ଇନସାଇଡସ୍ପୋର୍ଟ ଅନୁଯାୟୀ, ବିସିସିଆଇକୁ କେବଳ ଭିଭୋ ସହ ଅନୁବନ୍ଧିତ ରାଶି ମିଳିବ ନାହିଁ ବରଂ ଆଇପିଏଲ ୨୦୨୨ ଏବଂ ଆଇପିଏଲ ୨୦୨୩ର ମ୍ୟାଚ୍‌ ସଂଖ୍ୟା ଅନୁଯାୟୀ ରାଶି ମିଳିବ। ଭିଭୋ ଆଗାମୀ ଦୁଇଟି ସିଜିନରେ ମ୍ୟାଚ୍ ସଂଖ୍ୟାରେ ବୃଦ୍ଧି କାରଣରୁ ଆଇପିଏଲ ୨୦୨୨ ପାଇଁ ୪୮୪ କୋଟି ଏବଂ ଆଇପିଏଲ ୨୦୨୩ ପାଇଁ ୫୧୨ କୋଟି ଟଙ୍କା ଦେବାକୁ ସହମତି ବ୍ୟକ୍ତ କରିଥିଲା। ଭିଭୋକୁ ଆଗାମୀ ଦୁଇଟି ସିଜିନ ପାଇଁ ବିସିସିଆଇକୁ ୯୯୬ କୋଟି ଟଙ୍କା ପୈଠ କରିବାର ଥିଲା। ତେବେ ଟାଟା ଗ୍ରୁପ ଏହି ଦୁଇଟି ସିଜିନ ପାଇଁ ବିସିସିଆଇ ସହ କେବଳ ୬୭୦ କୋଟି ଟଙ୍କାର ଡିଲ୍ କରିଛି। ବଳକା ଅର୍ଥ ଭିଭୋକୁ ବହନ କରିବାକୁ ପଡିବ।

Related Articles

Back to top button
WP Twitter Auto Publish Powered By : XYZScripts.com