ସ୍ୱାସ୍ଥ୍ୟ

ଚାଇନାରେ ସଂକ୍ରମଣର ବିସ୍ଫୋରଣ ସ୍ଥିତି, ସାଂଘାଇରେ ଫେରିଲା ଲକଡାଉନ

ସାଘାଂଇ : କରୋନା ସଂକ୍ରମଣର ବିପଦ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । କୋଭିଡ ପୁଣି ଥରେ ଚାଇନାରେ ହାହାକାର ସ୍ଥିତି ସୃଷ୍ଟି କରିବା ଆରମ୍ଭ କରିଛି । ଫଳରେ ଚାଇନାର ସବୁଠୁ ବଡ ସହର ସାଂଘାଇରେ ପୁଣିଥରେ ଫେରିଛି ତାଲାବନ୍ଦ । ଉଦାହରଣ ସ୍ୱରୂପ, ଏଠାରେ ଅଧିକାଂଶ ସ୍ଥାନରେ ଲକଡାଉନ୍ ଲଗାଯାଇଛି ।
ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ପୁଡଙ୍ଗ ଏବଂ ଏହାର ଆଖପାଖ ଅଞ୍ଚଳରେ ଲକଡାଉନ୍ ଲାଗୁ କରାଯାଇଛି ବୋଲି ସାଂଘାଇର ସ୍ଥାନୀୟ ସରକାର କହିଛନ୍ତି । ଆହୁରି ସଂକ୍ରମଣ ରୋକିବାକୁ ବିଭିନ୍ନ ସ୍ଥାନରେ ଯାଞ୍ଚକୁ କଡାକଡି କରାଯାଇଛି । ଶୁକ୍ରବାର ଠାରୁ ହୁଆଙ୍ଗପୁ ନଦୀର ପଶ୍ଚିମ ପାର୍ଶ୍ୱରେ ଥିବା ଡାଉନ୍ ଟାଉନ୍ ଅଞ୍ଚଳରେ ତାଲା ପକାଇବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ସାଂଘାଇର ସ୍ଥାନୀୟ ପ୍ରଶାସନ କହିଛି ।
ଏହାସହ ବିନା କାରଣରେ ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି । ସରକାରୀ ଆଦେଶରେ କୁହାଯାଇଛି ଯେ ସମସ୍ତ ଜରୁରୀ କାର୍ଯ୍ୟାଳୟ ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟାଳୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ପରିସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ସାଧାରଣ ପରିବହନ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ୨୬ ନିୟୁତ ଜନସଂଖ୍ୟା ବିଶିଷ୍ଟ ସହର ସାଂଘାଇରେ ବର୍ତ୍ତମାନ ଅନେକ କ୍ଷେତ୍ର ବନ୍ଦ ରହିଛି । ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ବୁଥ କରାଯାଇଛି ଯେଉଁଥିରେ କୋଭିଡ ଯାଞ୍ଚ ଚାଲିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com