ଓଡ଼ିଶା

ଧରାପଡ଼ିଲା ଅସଲ ହତ୍ୟାକାରୀ, ବାପା-ମାଆ ଚାହୁଁଛନ୍ତି ଫାଶୀ

ଭୁବନେଶ୍ୱର: ଧରା ପଡ଼ିଛି କ୍ୟାମେରାମ୍ୟାନ ମାନସର ମୁଖ୍ୟ ହତ୍ୟାକାରୀ  । ଦୀର୍ଘ ଦିନର ଛକା ପଞ୍ଝା ଭିତରେ କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ଶର୍ମିଷ୍ଠା ରାଉତକୁ ଗିରଫ କରିବାରେ ସଫଳ ହୋଇଛି  । ସେପଟେ ପରିବାରର ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ମାନସ ପରିବାରରେ ଏକ ନୀରବ ଖେଳି ଯାଇଛି  । ପରିବାର ଲୋକେ ଏବେ ମଧ୍ୟ ପୁଅକୁ ଅନାଇ ବସିଛନ୍ତି  । ବୃଦ୍ଧ ବାପା-ମାଆ ପୁଅକୁ ମନରୁ ପାଶୋରି ପାରୁ ନାହାନ୍ତି  । ଗୋଟେପଟେ ପୁଅ ହତ୍ୟାକାରୀ ତଥା ୱେବ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତ ଏବଂ ସହଯୋଗୀ ଝୁନା ଭୋଇ ଗିରଫ ହୋଇଥିବାବେଳେ ଏନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମାନସଙ୍କ ବାପା-ମାଆ  ।

ପୁଅ ମାନସକୁ ଯେଉଁମାନେ ହତ୍ୟା କରିଛନ୍ତି  । ପୁୁଅକୁ ଯେଉଁମାନେ ଅକଥନୀୟ ନିର୍ଯାତନା ଦେଇ ଦୟନୀୟ ଭାବେ ହତ୍ୟା କରିଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଦାବି କରିଛନ୍ତି ପରିବାର ଲୋକ  । ମାନସଙ୍କ ମାଆ କହିଛନ୍ତି- ଶର୍ମିଷ୍ଠାଙ୍କୁ ଫାଶୀ ଦିଆଯାଉ  । ମୋ ପୁଅକୁ ଯେଉଁଭଳି ବର୍ବର ହତ୍ୟା କରାଯାଇଛି  । ଯିଏ ଏହି ଷଡ଼ଯନ୍ତ୍ରର ମାଷ୍ଟରମାଇଣ୍ଡ ତାଙ୍କୁ ଫାଶୀ ଦେଲେ ମୋ ପୁଅର ଆତ୍ମା ଶାନ୍ତି ହେବ ବୋଲି କହିଛନ୍ତି ମାନସଙ୍କ ମାଆ  । ସେହିପରି ମୃତ ମାନସଙ୍କ ବାପା ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି  । ପରିବାର ଚଳାଇବା ପାଇଁ କେହି ନାହିଁ  । ପୁଅ ଯେଉଁ ଦି ପଇସା ରୋଜଗାର କରେ ସେଇଥିରେ ହିଁ ପରିବାର ଚଳେ  ।  ରୋଜଗାରିଆ ପୁଅର ହତ୍ୟାକୁ ଗ୍ରହଣ କରିପାରୁନାହାଁନ୍ତି ପରିବାର  ।

ହତ୍ୟାକାଣ୍ଡରେ ସଂଶ୍ଲିଷ୍ଠ ସମସ୍ତ ଅଭିଯୁଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଉ ବୋଲି କହିଛନ୍ତି ମାନସଙ୍କ ବାପା  ।  ୨୦୨୨ ଫେବ୍ରୁଆରୀ ୭ତାରିଖରେ କ୍ୟାମେରାମ୍ୟାନ୍ ମାନସଙ୍କୁ ଅପହରଣ କରାଯାଇଥିଲା  । ଭୁବନେଶ୍ୱର ଦୟାଲ ଆଶ୍ରମରେ ପିଟି ପିଟି ହତ୍ୟା କରାଯାଇଥିଲା  । ପ୍ରମାଣ ନଷ୍ଟ କରିବା ପାଇଁ ରଣପୁର ନିକଟରେ ମୃତଦେହକୁ ସେମାନେ ପୋତିଥିଲେ । ଏହି ମାମଲାରେ ପୂର୍ବରୁ ଗିରଫ ହୋଇଛନ୍ତି ପୂର୍ବତନ ଓଆଇଏସ୍ ଅଧିକାରୀ ନିରଞ୍ଜନ ସେଠୀ । ବିଜୟଓ୍ୱାଡ଼ାରୁ ଶର୍ମିଷ୍ଠାର ଭାଇ ପରମେଶ୍ୱର ରାଉତକୁ ଗିରଫ କରାଯାଇଥିଲା । ରଞ୍ଜନ ନାୟକ, ଗାଡ଼ି ଡ୍ରାଇଭର ଓ ୨ ସୁପାରି କିଲରଙ୍କୁ ବି ଗିରଫ କରାଯାଇଛି । ଗତ ୨୩ ତାରିଖରେ ଡିଜିପି କ୍ରାଇମବ୍ରାଞ୍ଚକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଆଜି ଅର୍ଥାତ ମାର୍ଚ୍ଚ ୨୮ ତାରିଖରେ ଶର୍ମିଷ୍ଠା ଏବଂ ସହଯୋଗୀ ଝୁନା ଭୁବନେଶ୍ୱର ଫେରୁଥିବାବେଳେ ଭଦ୍ରକର ନଳାଙ୍ଗରୁ କ୍ରାଇମବ୍ରାଞ୍ଚ ଗିରଫ କରିବାରେ ସଫଳ ହୋଇଛି  ।

Related Articles

Back to top button
WP Twitter Auto Publish Powered By : XYZScripts.com