ଓଡ଼ିଶା

ଜଳୁଛି ଶିମିଳିପାଳ ଅଭୟାରଣ୍ୟ, ଗୁରୁଗୁଡ଼ିଆ, ତାଳବନ୍ଧ ଓ ଚହଲା ରେଞ୍ଜର ୭ଟି ଜାଗାରେ ଲାଗିଛି ନିଆଁ

ମୟୂରଭଞ୍ଜ: ଏସିଆର ଦ୍ବିତୀୟ ବୃହତ୍ତମ ଜୈବ ମଣ୍ଡଳ ଶିମିଳିପାଳରେ ଲାଗିଛି ନିଆଁ । ଶିମିଳିପାଳ ଅଭୟାରଣ୍ୟରେ ଚଳିତ ବର୍ଷ ପ୍ରଥମ ନିଆଁ ଲାଗିବା ଦେଖାଦେଇଛି । ଶିମିଳିପାଳ ଅଭୟାରଣ୍ୟର ଗୁରୁଗୁଡ଼ିଆ, ତାଳବନ୍ଧ ଓ ଚହଲା ରେଞ୍ଜର ୭ଟି ସ୍ଥାନରେ ନିଆଁ ଲାଗିଛି । ଗତ ବର୍ଷ ଶିମିଳିପାଳ ଅଭୟାରଣ୍ୟ ବିଭିନ୍ନ ଜାଗାରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ନିଆଁକୁ ଆୟତ୍ତ କରିବା ପାଇଁ ଓଡ୍ରାଫ ଟିମ ସହିତ ଅଗ୍ନିଶମ ବିଭାଗ ନିୟୋଜିତ ହୋଇଥିଲେ । ତେବେ ଚଳିତ ବର୍ଷ ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ପୂର୍ବରୁ ବିଭିନ୍ନ ସମୟରେ ୬୦୦ ଟି ସଚେତନତା ରାଲି ଏବଂ ୧୦୦ରୁ ଉର୍ଦ୍ଧ୍ୱ ମିଳିତ ମକଡ୍ରିଲ କରିଥିଲା ବନବିଭାଗ । ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁକୁ ଲିଭାଇବା ପାଇଁ ୭୦୦ ବନକର୍ମଚାରୀ ନିୟୋଜିତ ହୋଇଥିବାବେଳେ ୫୦୦ଟି ନିଆଁ ଲିଭା ମେସିନ ନିୟୋଜିତ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com