ବାଣିଜ୍ୟ

ସେୟାର ବଜାରରେ ଉତ୍ସାହ, ସବୁଜ ସଙ୍କେତରେ ଖୋଲିଲା ସେନସେକ୍ସ ଓ ନିଫ୍ଟି

ନୂଆଦିଲ୍ଲୀ :  ବିଶ୍ୱ ବଜାରରେ କାରବାର ବଢିବା ସହ ଭାରତୀୟ ବଜାର ଉପରେ ବି ଏହାର ପ୍ରଭାବ ପଡିଛି । ମଙ୍ଗଳବାର ସକାଳେ ଭାରତୀୟ ସେନସେକ୍ସ ୨୮୬ ଅଙ୍କ ବୃଦ୍ଧି ପାଇ ୫୭୮୭୯ ପଏଣ୍ଟରେ ଖୋଲିଛି । ସେହିପରି ନିଫ୍ଟି ମଧ୍ୟ ୫୨.୯୦ ଅଙ୍କ ବୃଦ୍ଧି ପାଇ ୧୭୨୭୪ରେ ଖୋଲିଛି । ଏସିଆନ ପେଣ୍ଟସ, ମାରୁତିର ସେୟାର ଭଲ କାରବାର କରୁଥିବା  ଦେଖିବାକୁ ମିଳିଛି ।
ସକାଳ ୯ଟା ୨୦ରେ ସେନସେକ୍ସରେ ଏଚଡିଏଫସି, ଅଲଟ୍ରାଟେକ୍ ସିମେଣ୍ଟ୍, ଏସିଆନ୍ ପେଣ୍ଟସ୍, ମାରୁତି, ଭାରତୀ ଏୟାରଟେଲ, ହିନ୍ଦୁସ୍ଥାନ ୟୁନିଲିଭର, ଆଇସିଆଇସିଆଇ ବ୍ୟାଙ୍କ, ଓ୍ୱିପ୍ରୋ, ପାଓ୍ୱାର ଗ୍ରୀଡ୍, ବଜାଜ ଫାଇନାନ୍ସ, ଏଚସିଏଲ ଟେକନୋଲୋଜି, ନେସଲେ ଇଣ୍ଡିଆ, କୋଟାକ ମହିନ୍ଦ୍ରା, ଆକ୍ସିସ୍ ବ୍ୟାଙ୍କ୍, ସନ୍ ଫାର୍ମା ଆଦି ସବୁଜ ସଙ୍କେତରେ କାରବାର ଆରମ୍ଭ କରିଥିଲେ ।
ତେବେ ଡକ୍ଟର ରେଡି, ଆଇଟିସି, ଟାଟା ଷ୍ଟିଲ୍, ଏନଟିପିସି, ଟିସିଏସ ଆଦି ଲାଲ୍ ରଙ୍ଗରୁ ସେମାନଙ୍କ କାରବାର ଆରମ୍ଭ କରିଥିଲେ ।
ସୂଚନାଯୋଗ୍ୟ, ସୋମବାର ସେନସେକ୍ସ ୨୩୧.୨୯ ଅଙ୍କ ବୃଦ୍ଧି ପାଇ ୫୭୫୯୩.୪୯ ଅଙ୍କରେ ବନ୍ଦ ହୋଇଥିଲା । ସେହିପରି ଏନଏସଇ ନିଫ୍ଟି ୬୯ ଅଙ୍କ ବଢି ୧୭୨୨୨ ସ୍ତରରେ ଅଟକିଥିଲା । ସେନସେକ୍ସରେ ୩୦ଟି କମ୍ପାନୀରୁ ୧୮ଟିର ସେୟାର ଭଲ କାରବାର କରିଥିବା ବେଳେ ୧୨ଟି କ୍ଷତିରେ ବନ୍ଦ ହୋଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com