ଓଡ଼ିଶା

ପୁଣି ବଢିଲା ତେଲ ଦର : ୯ ଦିନରେ ୮ ଥର

ନୂଆଦିଲ୍ଲୀ() ପେଟ୍ରୋଲ ଓ ଡିଜେଲ୍ ଦର ଆଜି ପୁଣି ବଢ଼ିଛି । ଆଜି ପେଟ୍ରୋଲ ଓ ଡିଜେଲ୍ ଦର ଲିଟର୍ ପିଛା ୮୦ ପଇସା ବୃଦ୍ଧି ପାଇଛି । ଭୁବନେଶ୍ୱରରେ ପେଟ୍ରୋଲ୍ ଦର ଲିଟର୍ ପିଛା ୮୬ ପଇସା ଓ ଡିଜେଲ୍ ଲିଟର୍ ପିଛା ୮୫ ପଇସା ବୃଦ୍ଧି ପାଇଛି ।

ଭୁବନେଶ୍ୱରରେ ପେଟ୍ରୋଲ୍ ଲିଟର୍ ପିଛା ୧୦୭ ଟଙ୍କା ୭୯ ପଇସା ଏବଂ ଡିଜେଲ୍ ଲିଟର୍ ପିଛା ୯୭ ଟଙ୍କା ୫୭ ପଇସାରେ ପହଞ୍ଚିଛି । ଗତ ନଅ ଦିନରେ ଆଠଥର ବଢ଼ିଲାଣି ତୈଳ ଦର । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଯୋଗୁଁ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ବୃଦ୍ଧି ପାଉଛି । ଯାହାର ସିଧାସଳଖ ପ୍ରଭାବ ଜନସାଧାରଣଙ୍କ ପକେଟ୍ ଉପରେ ପଡ଼ିଛି।

ଗତ ୯ ଦିନରେ ପେଟ୍ରୋଲ ଲିଟର ପିଛା ୫ ଟଙ୍କା ୯୮ ପଇସା ଏବଂ ଡିଜେଲ ୫ ଟଙ୍କା ୯୫ ପଇସା ବଢ଼ିଯାଇଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବଢ଼ିଯାଇଥିବା କାରଣ ଦର୍ଶାଇ ତେଲ କମ୍ପାନି ଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦର ବଢ଼ାଉଛନ୍ତି । ଉତ୍ତର ପ୍ରଦେଶ ସମେତ ୫ଟି ରାଜ୍ୟର ନିର୍ବାଚନ ପାଇଁ ସରକାରୀ ତେଲ କମ୍ପାନିଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦରକୁ ପ୍ରାୟ ୧୩୬ ଦିନ ଧରି ସ୍ଥିର ରଖିଥିଲେ । ଏପରିକି ନିର୍ବାଚନ ଫଳ ଘୋଷଣା ପରେ ମଧ୍ୟ ତୁରନ୍ତ ତେଲ ଦର ବଢ଼ାଇଲେ ନାହିଁ । ଗତ ୨୨ ତାରିଖରୁ ତେଲ ଦର ବଢ଼ିଚାଲିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com