ଓଡ଼ିଶା

ଦେଶରେ ଅସହ୍ୟ ଗରମ, ଭାଙ୍ଗିଲା ୧୨୧ ବର୍ଷର ରେକର୍ଡ

ନୂଆଦିଲ୍ଲୀ() ଅସ୍ତବ୍ୟସ୍ତ କରୁଛି ତାତି । ଭାଙ୍ଗିଲା ୧୨୧ ବର୍ଷର ରେକର୍ଡ । ମାର୍ଚ୍ଚ ମାସ ଅଧାରୁ ରାଜସ୍ଥାନ, ଗୁଜରାଟ ଏବଂ ମଧ୍ୟ ପ୍ରଦେଶର ସହହିତ ଭାରତର ବହୁ ରାଜ୍ୟରେ ଗରମ ପବନ ଅର୍ଥାତ ଲୁ କାରଣରୁ ତାତି ବଢିଛି। ପାଣିପାଗ ବିଭାଗର କହିବାନୁସାରେ, ଦେଶରେ ଚଳିତ ବର୍ଷ ତାପମାତ୍ରା ବଢିବାରେ ଲାଗିଛି। ଯାହା ୧୨୧ ବର୍ଷର ରେକର୍ଡ ଭାଙ୍ଗିଛି।

ଆଇଏମଡିର ସୂଚନା ଅନୁସାରେ, ଭାରତରେ ୧୨୧ ବର୍ଷରେ ଚଳିତ ବର୍ଷ ମାର୍ଚ ମାସରେ  ସବୁଠାରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି । ଦେଶରେ ସର୍ବାଧିକ ତାପମାତ୍ରା ସ୍ୱାଭାବିକଠାରୁ ୧.୮୬ ଡିଗ୍ରୀ ଅଧିକ ଅଛି।  ଉତ୍ତର ପଶ୍ଚିମ ଓ ମଧ୍ୟ ଭାରତରେ ତାପମାତ୍ରା ମଧ୍ୟରେ ବଡ ଅନ୍ତର ପରିଲକ୍ଷିତ ହୋଇଛି।

ସେହିପରି ଭାରତରେ ଚଳିତ ବର୍ଷ ମାର୍ଚ୍ଚ ମାସରେ ସବୁଠାରୁ ଗରମ ଦିନ ରେକର୍ଡ କରାଯାଇଛି। ୧୯୦୧  ପରେ ମାର୍ଚ୍ଚ ମାସରେ ସବୁଠାରୁ ଗରମ୍ ତାପମାତ୍ରା ରେକର୍ଡ କରାଯାଇଛି। ମାର୍ଚ୍ଚ ୨୦୨୨ ରେ ଦେଶର ଅଧିକାଂଶ ସ୍ଥାନରେ ତାପମାତ୍ରା ୩୩.୦୧ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ସେଭଳି ଏହା ପୂର୍ବରୁ ମାର୍ଚ୍ଚ ୨୦୧୦ରେ ତାପମାତ୍ରା ୩୩.୦୯ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା।

ଲୁ ରୁ ମିଳିବନି ମୁକ୍ତି

ଉତ୍ତର ଓ ମଧ୍ୟ ଭାରତରେ ବର୍ତ୍ତମାନ ଲୁ ଓ ଗରମ୍ ପବନରୁ ଆଶ୍ବସ୍ଥି ମିଳିବାର ସମ୍ଭାବନା କମ୍ ରହିଛି। ଏପ୍ରିଲ ମାସରେ ବର୍ଷା ସମ୍ଭାବନା ନାହିଁ । ଦିଲ୍ଲୀ, ପଞ୍ଜାବ, ହରିୟାଣା, ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଏହାର ଆଖପାଖ ଅଞ୍ଚଳରେ ଅପ୍ରେଲ ପୂର୍ବରୁ ଲୁ ଅର୍ଥାତ ହିଟ୍‌ ଓ୍ୱେଭ୍ ଜାରି ରହିବ ବୋଲି ପାଣିପାଗ ବିଭାଗ କହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com