ଜାତୀୟ

ରାଜସ୍ଥାନ ଦଙ୍ଗା ଭିତରେ ଭାଇରାଲ୍‌ ହେଉଛି ଜଣେ ପୋଲିସ୍‌ କନେଷ୍ଟବଳଙ୍କ ତ୍ୟାଗର ଫଟୋ, ବାଃ ବାଃ କରୁଛନ୍ତି ଲୋକେ

ନୂଆଦିଲ୍ଲୀ() ବେଳେବେଳେ କିଛି ପୋଲିସ୍‌ ଅଧିକାରୀଙ୍କ କାର୍ଯ୍ୟକଳାପ ପାଇଁ ସାରା ପୋଲିସ୍‌ ବିଭାଗ ବଦନାମ୍‌ ହୋଇଥାଏ । ଆଉ କେତେବେଳେ ପୋଲସ୍‌ର ନିଃସ୍ୱାର୍ଥପର ସେବା ପାଇଁ ମିଳେ ଉଚ୍ଚ ପ୍ରଂଶସା । ଏପରି ଏକ ଫଟୋ ଏବେ ଭାଇରାଲ୍‌ ହେବାରେ ଲାଗିଛି । ଯେଉଁଥିରେ ଜଣେ ପୋଲିସ୍‌ ଅଧିକାରୀ ନିଜ ଜୀବନକୁ ବାଜି ଲଗାଇ ଅନ୍ୟ ଏକ ଜୀବନ ବଞ୍ଚାଇବାରେ ଲାଗିପଡ଼ିଛନ୍ତି । ଏହି ଗୋଟିଏ ଫଟୋ ହଜାର ହଜାର ଶବ୍ଦକୁ ବର୍ଣ୍ଣନା କରୁଛି ।

ସୂଚନା ଅନୁସାରେ, ଏହି ଫଟୋ ରାଜସ୍ଥାନର କରାଉଲିରେ ଘଟିଥିବା ଏକ ଦଙ୍ଗା ସମୟର । ଦଙ୍ଗାକାରୀ ଏହି ସମୟରେ ଏକ ବିଲ୍ଡିଂରେ ନିଆଁ ଲଗାଇଦେଇଥିଲେ । ରାଜସ୍ଥାନ ପୋଲସ୍‌ର ଜଣେ କନେଷ୍ଟବଳ ଏହି ଜଳନ୍ତା ବିଲ୍ଡିଂରୁ ଏକ ଛୋଟ ପିଲାର ଜୀବନ ବଞ୍ଚାଇବା ପାଇଁ ତାକୁ ଧରି ଦୌଡ଼ୁଥିବା ବେଳେ କେହି ଏହି ଫଟୋ ଉଠାଇଥିବା ଜଣାପଡ଼ିଛି ।

ଏହି ଫଟୋକୁ ସମଲିର ଏସ୍‌ଏସ୍‌ପି ସୁକିର୍ତ୍ତୀ ମାଧବ ମିଶ୍ର ଟ୍ୱିଟରରେ ସେୟାର କରିଛନ୍ତି । ସେ ଏହାର କ୍ୟାପସନ୍‌ରେ ଲେଖିଛନ୍ତି ଯେ, କନେଷ୍ଟବଳ ନେତ୍ରେଶ ଶର୍ମାଙ୍କ ପାଇଁ ଆମେ ଗର୍ବିତ । ସେ ରାଜସ୍ଥାନ ପୋଲିସ୍‌ରେ କାର୍ଯ୍ୟରତ । ସେ ଜଳନ୍ତା ବିଲ୍ଡିଂ ଭିତରୁ ଗୋଟିଏ ଛୋଟ ପିଲାର ଜୀବନ ବଞ୍ଚାଇଛନ୍ତି । ଏହି ଫଟୋଟି ହଜାର ହଜାର ଶବ୍ଦକୁ ପ୍ରକାଶ କରୁଛି ।

ତେବେ ଏହି ସାଂପ୍ରଦାୟିକ ଦଙ୍ଗାରେ ୪୨ ଜଣ ଲୋକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ କିଛି ପୋଲିସ୍‌ ଅଧିକାରୀ ମଧ୍ୟ ଅଛନ୍ତି । ଏପ୍ରିଲ୍‌ ୨ ତାରିଖରେ ହିନ୍ଦୁ ନବ ବର୍ଷ ଅବସରରେ ଏକ ଧାର୍ମିକ ରାଲି ସମୟରେ କିଛି ସନ୍ଦିଗ୍ଧ ବ୍ୟକ୍ତି ରାଲିରେ ଯାଉଥିବା ଲୋକଙ୍କ ଉପରକୁ ପଥର ଫିଙ୍ଗିଥିଲେ । ଯାହାଫଳରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଥିଲା । ଆନ୍ଦୋଳନକାରୀମାନେ କିଛି ଦୋକାନ ଗୃହ ଏବଂ କିଛି ଗାଡ଼ିରେ ନଆଁ ଲଗାଇ ଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com