ଓଡ଼ିଶା

ସତ ଉଗାଳିବ ଶର୍ମିଷ୍ଠା : ୪ ଅଭିଯୁକ୍ତ ଶର୍ମିଷ୍ଠା, ନିରଞ୍ଜନ, ଝୁନା ଓ ରଞ୍ଜନଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର : କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଶର୍ମିଷ୍ଠାଙ୍କୁ ଜେରା କରିବା କ୍ରାଇମବ୍ରାଞ୍ଚ । ୫ ଅଭିଯୁକ୍ତ କ୍ରାଇମବ୍ରାଞ୍ଚ କବଜାରେ ରହିଥିବା ବେଳେ ରିମାଣ୍ଡ ଅବଧି ବଢାଇବା ପାଇଁ ଆବେଦନ କରାଯାଇଛି । ତେବେ ଅଧିକ ସୂଚନା ହାସଲ କରିବା ପାଇଁ ଶର୍ମିଷ୍ଠାଙ୍କୁ ଆଉଥରେ ଜେରା କରିବ କ୍ରାଇମବ୍ରାଞ୍ଚ । ତେବେ ଏଥର ଏକୁଟିଆ ନୁହେଁ ବରଂ ସାମ୍ନା ସାମ୍ନି ଜେରା ହେବ । ଶର୍ମିଷ୍ଠାଙ୍କ ସହଯୋଗୀ ଝୁନା ଭୋଇ ସହିତ ସାମ୍ନାସାମ୍ନି ଜେରା ହେବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି । ପୂର୍ବରୁ ଉଭୟଙ୍କୁ ପ୍ରଥମ ପର୍ଯ୍ୟାୟର ଜେରା କରାଯାଇ ସାରିଛି । ତେବେ କ୍ରାଇମ ସିନ୍ ରିକ୍ରିଏସନ୍ ପାଇଁ ଉଭୟଙ୍କୁ ଆଜି ବାହାରକୁ ନିଆଯିବ ନାହିଁ ବୋଲି କୁହାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ, ଏକ ମେମୋରୀ ଚିପ୍ ପାଇଁ ଶର୍ମିଷ୍ଠା ମାନସ ସ୍ୱାଇଁଙ୍କୁ ହତ୍ୟା କରିଥିଲା । ନୟାଗଡରୁ ଅପହରଣ କରି ଦୟାଲ ଆଶ୍ରମ ଅଣାଯିବା ପରେ ମାନସଙ୍କୁ ହତ୍ୟା କରାଯାଇଥିଲା । ପ୍ରଥମେ ମିଳିଥିବା ୫ ଦିନିଆ ରିମାଣ୍ଡରେ କ୍ରାଇମବ୍ରାଞ୍ଚଙ୍କୁ ସଫଳତା ମିଳିଥିବା ବେଳେ ଅନେକ ତଥ୍ୟ ମିଳିଛି । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ସତ ମଧ୍ୟ ମାନିଛି । ରବିବାର ୪ ଅଭିଯୁକ୍ତଙ୍କୁ ଆଉ ୫ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା କ୍ରାଇମ୍ରାଞ୍ଚ । ଚାନ୍ଦବାଲି ଜେଏମଏଫସି କୋର୍ଟରେ ହାଜର ସହ ରିମାଣ୍ଡ ଆବେଦନ । ୪ ଅଭିଯୁକ୍ତ ଶର୍ମିଷ୍ଠା, ନିରଞ୍ଜନ, ଝୁନା ଓ ରଞ୍ଜନଙ୍କୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ ।

Related Articles

Back to top button
WP Twitter Auto Publish Powered By : XYZScripts.com