ଜାତୀୟ

ପୁଣି ଦେଶରେ ଡିଜିଟାଲ ଷ୍ଟ୍ରାଇକ: ୨୨ ୟୁଟ୍ୟୁବ ଚ୍ୟାନେଲ ଉପରେ ରୋକ ଲଗାଇଲେ ଭାରତ ସରକାର

ନୂଆଦିଲ୍ଳୀ: ଦେଶରେ ମୋଟ ୨୨ଟି ୟୁଟ୍ୟୁବ ଚ୍ୟାନେଲ ଉପରେ ରୋକ ଲଗାଇଛନ୍ତି ଭାରତ ସରକାର । ୨୦୨୧ ଆଇଟି ନିୟମ ଅନୁଯାୟୀ, ୧୮ଟି ଭାରତୀୟ ଏବଂ ପାକିସ୍ତାନରେ ଚାଲୁଥିବା ୪ଟି ଚ୍ୟାନେଲ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଦେଶରେ ସମ୍ବିଧାନ ଏବଂ ସୁରକ୍ଷା ବିରୋଧରେ କିଛି ଗୁଜବ ପ୍ରଚାର କରୁଥିବା ଅଭିଯୋଗରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ମିଳିଛି ।

ଟିଭି ଚ୍ୟାନେଲର ଲୋଗୋ ଏବଂ କିଛି ଫେକ ଥମ୍ବନେଲକୁ ନେଇ ଦର୍ଶକମାନଙ୍କୁ ଧୋକା ଦେବା ସହିତ ସେମାନଙ୍କୁ ମିଛ ଖବର ପ୍ରଚାର କରୁଥିଲେ । ଏଭଳି ସଙ୍ଗୀନ ଅଭିଯୋଗ ଆସିବା ପରେ ମୋଟ ୨୨ଟି ୟୁଟ୍ୟୁବ ଚ୍ୟାନେଲ ଉପରେ ବ୍ୟାନ ଆଦେଶ ଜାରି କରିଛନ୍ତି ଭାରତ ସରକାର । ତେବେ କେବଳ ୟୁଟ୍ରୁବ ଚ୍ୟାନେଲ ନୁହେଁ, ୩ ଟ୍ୱିିଟର ଆକାଉଣ୍ଟ ଏବଂ ଏକ ଫେସବୁକ ଆକାଉଣ୍ଟ ସହିତ ଗୋଟିଏ ନ୍ୟୁଜ ୱେବସାଇଟ ଉପରେ ମଧ୍ୟ ରୋକ ଲଗାଯାଇଛି । ଆଇଟି ନିୟମ-୨୦୨୧ ଅନୁସାରେ ଏହି ଚ୍ୟାନେଲଗୁଡିକୁ ବ୍ୟାନ କରାଯାଇଥିବା କହିଛି ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ । ଭାରତର ବିଦେଶୀ ସମ୍ବନ୍ଧ ଏବଂ ସାର୍ବଜନିକ ବ୍ୟବସ୍ଥା ଇତ୍ୟାଦି ଉପରେ ମିଛ ଗୁଜବ ସୋଶିଆଲ ମିଡିଆରେ ପ୍ରଚାର କରୁଥିଲେ ଏହି ଚ୍ୟାନେଲ । ଏହାବ୍ୟତୀତ ରାଷ୍ଟ୍ରୀୟ ସୁରକ୍ଷା ଉପରେ ମଧ୍ୟ ଅନେକ ମିଛ ଖବର ପ୍ରସାରିତ କରୁଥିବା ଜଣାଯିବା ପରେ ଏହାକୁ ବ୍ଲକ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଭାରତୀୟ ସଶସ୍ତ୍ର ବଳ, ଜମ୍ମୁ-କାଶ୍ମୀର ଆଦି ବିଷୟ ଉପରେ ମିଛ ଖବର ପ୍ରସାରଣ କରିବା ପାଇଁ ପାକିସ୍ତାନର କିଛି ୟୁଟ୍ୟୁବ ଚ୍ୟାନେଲର ସାହାଯ୍ୟ ନିଆଯାଉଥିଲା । ଅନ୍ୟ ଦେଶ ସହିତ ଭାରତର ସମ୍ପର୍କ ଖରାପ କରିବା ପାଇଁ ଏହି ଚ୍ୟାନେଲ କାମ କରୁଥିବା ଜାଣିବା ପରେ ଭାରତ ସରକାର ଏପରି ଏକ କହା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଏଭଳି କାର୍ଯ୍ୟେେ;ର ଲିପ୍ତ ଥିବା ମୋଟ ୨୨ଟି ୟୁଟ୍ୟୁବ ଚ୍ୟାନେଲକୁ ବ୍ୟାନ କରିଛନ୍ତି ଭାରତ ସରକାର ।

Related Articles

Back to top button
WP Twitter Auto Publish Powered By : XYZScripts.com