ଓଡ଼ିଶା

ଭଦ୍ରକ ପରେ ଭୁବନେଶ୍ବରରେ ଆଡମିଶନରେ ଜାଲିଆତି

ଭୁବନେଶ୍ୱର : ଭଦ୍ରକ ପରେ ଭୁବନେଶ୍ବରରେ କଲେଜ ଆଡମିଶନରେ ଜାଲିଆତି । ଜାଲ୍‌ ଦିବ୍ୟାଙ୍ଗ ସାର୍ଟିଫିକେଟ୍ ଦେଖାଇ ୮ ଜଣ ଛାତ୍ରଛାତ୍ରୀ ଆଡମିଶନ କରିଛନ୍ତି । ପୂର୍ବରୁ ଭଦ୍ରକ କଲେଜରୁ ଏଭଳି ଅଭିଯୋଗ ଆସିଥିବା ବେଳେ ଏଥର ବିଜେବି କଲେଜରୁ ଅଭିଯୋଗ ଆସିଛି । ତିନି ବର୍ଷର ତଥ୍ୟ ଯାଞ୍ଚ ପରେ ବିଜେବି କଲେଜରେ ୮ଜଣ ଛାତ୍ରଛାତ୍ରୀ ଜାଲ୍ ସାର୍ଟିଫିକେଟ ଦେଇ ଆଡମିଶନ୍ କରିଥିବା କର୍ତ୍ତୃପକ୍ଷ ଜାଣିବାକୁ ପାଇଛନ୍ତି ।
ବିଜେବି ସ୍ବୟଂଶାସିତ କଲେଜର ଅଧ୍ୟକ୍ଷ ନିରଞ୍ଜନ ମିଶ୍ର ଏନେଇ ବଡ଼ଗଡ଼ ଥାନାରେ ଏତଲା ଦେଇଛନ୍ତି । ପୋଲିସ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ବିରୋଧରେ ଆଇପିସି ଦଫା ଲଗାଇଛି । ଏହି ଛାତ୍ରଛାତ୍ରୀମାନେ ସାର୍ଟିଫିକେଟ୍ କେମିତି ହାତେଇଲେ, ସେ ନେଇ ତଦନ୍ତ ହେବ ବୋଲି ବିଜେବି କଲେଜ ଅଧ୍ୟକ୍ଷ ନିରଞ୍ଜନ ମିଶ୍ର କହିଛନ୍ତି ।
ଭଦ୍ରକ କଲେଜରେ ଆଡମିଶନରେ ଜାଲିଆତି ହୋଇଥିବା ନେଇ ଅଭିଯୋଗ ଆସିଥିଲା । ଠିକ୍ ସମାନ ଅଭିଯୋଗ ଏବେ ଭୁବନେଶ୍ୱରରେ ଦେଖିବାକୁ ମିଲିଛି  । ଅର୍ଥାତ ରାଜ୍ୟର ସବୁଠାରୁ ଶୀର୍ଷ ମହାବିଦ୍ୟାଳୟ ବିଜେପି କଲେଜରେ ହିଁ ଏହି ହେରଫେର ହୋଇଥିବା ଅଭିଯୋଗ ହୋଇଛି  । ଏନେଇ କଲେଜ ଅଧ୍ୟକ୍ଷ ଥାନାରେ ଅଭିଯୋଗ କରିଛନ୍ତି  ।

Related Articles

Back to top button
WP Twitter Auto Publish Powered By : XYZScripts.com