ଓଡ଼ିଶା

ପ୍ରତିଶ୍ରୁତି ପାଳନ କଲେନି ବିଲ୍ଡର, ଥାନାରେ ଅଭିଯୋଗ କଲେ ଫ୍ଲାଟ୍ ମାଲିକ

ପୁରୀ() ଫ୍ଲାଟ କିଣି ହରଡ଼ଘଣାରେ ପଡିଛନ୍ତି ଲୋକେ। ଲକ୍ଷାଧିକ ଟଙ୍କା ଦେଇ କ୍ରେତାମାନେ ଆପାର୍ଟମେଣ୍ଟରେ ଫ୍ଲାଟ କିଣିଥିଲେ ମଧ୍ୟ ମାଲିକ ଦେଇଥିବା ପ୍ରତିଶ୍ରୁତି ପାଳନ କରିନଥିବା ଅଭିଯୋଗ ହୋଇଛି। ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ପୁରୀ ସଦର ଥାନା ଅନ୍ତର୍ଗତ ତୁଳସୀ ବିହାର ଫ୍ଲାଟ୍ ଓନର ୱେଲଫେୟାର ସୋସାଇଟି ଆଡହକ କମିଟିର ସଦସ୍ୟମାନେ।

ସୋସାଇଟିର ସଦସ୍ୟମାନଙ୍କ ଅଭିଯୋଗ ଅନୁଯାୟୀ ମହୋଦଧି ବିଲ୍ଡର୍ସର ମାଲିକ ତୁଳସୀ ବିହାର ଆପାର୍ଟମେଣ୍ଟର ଫ୍ଲାଟ ବୁକିଙ୍ଗ ବେଳେ କ୍ରେତା ମାନଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥିଲେ । ବିଦ୍ୟୁତ୍ ବ୍ୟବସ୍ଥା, ଶୁଦ୍ଧ ପାନୀୟ ଜଳ, ପ୍ରତି ବ୍ଲକର ତିନି ପାର୍ଶ୍ଵରେ ୪ ରୁ ୫ ମିଟର ରାସ୍ତା ନିର୍ମାଣ ସହ ଗାଡି ମୋଟର ରଖିବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ଖୋଲା ଜାଗା ମିଳିବ ବୋଲି କହିଥିଲେ ।

କିନ୍ତୁ ଫ୍ଲାଟ ବିକ୍ରି ସରିବା ପରେ ମଧ୍ୟ ଲୋକମାନଙ୍କୁ ଧରା ଛୁଆଁ ଦେଉନଥିଲେ ବିଲ୍ଡର୍ । ସେ ଦେଇଥିବା ପ୍ରତିଶ୍ରୁତି ମଧ୍ୟ ପାଳନ କରିନଥିବା ଅଭିଯୋଗ ହୋଇଛି।‌ ଏନେଇ କମିଟିର ସଦସ୍ୟମାନେ ମହୋଦଧି ବିଲ୍ଡର୍ସ ଓ ଏମଡିଙ୍କ ବିରୋଧରେ ପୁରୀ ସଦର ଥାନା ଓ ଭୁବନେଶ୍ୱର ଇ.ଓ.ଡବ୍ଲ୍ୟୁ ଠାରେ  ଲିଖିତ ଅଭିଯୋଗ କରିଥିବା ଜଣାପଡିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com