ଓଡ଼ିଶା

ଅଧିକ ରିମାଣ୍ଡ ମାଗିଲାନି କ୍ରାଇମବ୍ରାଞ୍ଚ, ଜେଲ ଗଲେ ଶର୍ମିଷ୍ଠା ଓ ଝୁନା

କଟକ() କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା । ଜେଲ ଗଲେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ଝୁନା ଭୋଇ । ଅଧିକ ରିମାଣ୍ଡ ନେବାକୁ ମନା କଲା କ୍ରାଇମବ୍ରାଞ୍ଚ । ଫଳରେ ଜେଲ୍ ଯାଇଛନ୍ତି ଏହି ଦୁଇ ଅଭିଯୁକ୍ତ । ଆସନ୍ତା ୧୧ ଉଭୟଙ୍କୁ କୋର୍ଟରେ ହାଜର କରାଯିବ ।

ସୂଚନା ଥାଉକି, ଆଜି କୋର୍ଟରେ ହାଜର ହୋଇଥିଲେ ଶର୍ମିଷ୍ଠା ରାଉତ ଓ ଝୁନା ଭୋଇ । କଡା ସୁରକ୍ଷା ମଧ୍ୟରେ ଉଭୟଙ୍କୁ ଚାନ୍ଦବାଲି କୋର୍ଟକୁ ନିଆଯାଇଥିଲା । ୩ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଉଭୟଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଖବର ଅନୁଯାୟୀ, ଦୁଇ ଅଭିଯୁକ୍ତଙ୍କ ତିନି ଦିନିଆ ରିମାଣ୍ଡ ଅବଧି ବୁଧବାର ଶେଷ ହୋଇଛି ।

ତେବେ ଯେଉଁ ମେମୋରୀ ଚିପ୍ କୁ ନେଇ ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି । ତାହା ଏବେ କେଉଁଠି ତାର ଠୋସ୍ ପ୍ରମାଣ ଏଯାଏ ମିଳିନି । ଚିପ୍ ଖୋଜି ନିରାଶ ହୋଇଛି ତଦନ୍ତକାରୀ ସଂସ୍ଥା । କ୍ରାଇମବ୍ରାଞ୍ଚ ମାନସଙ୍କ ରଣପୁର ସ୍ଥିତ ଘର, ଭୁବନେଶ୍ବରରେ ମାନସ ରହୁଥିବା ସ୍ଥାନରେ ଚିପ୍ ଖୋଜାଖୋଜି କରିଥିଲେ ମଧ୍ୟ ଏହାକୁ ପାଇନି ।

Related Articles

Back to top button
WP Twitter Auto Publish Powered By : XYZScripts.com