ଜାତୀୟରାଜନୀତି

କ୍ୟାବିନେଟ୍ ପୁନର୍ଗଠନ କରିବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ, ଏକାଥରକେ ଇସ୍ତଫା ଦେବେ ୨୪ ମନ୍ତ୍ରୀ

ନୂଆଦିଲ୍ଲୀ() କ୍ୟାବିନେଟ୍ ପୁନର୍ଗଠନ କରିବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି । ଏକାଥରକେ ଆଜି ଇସ୍ତଫା ଦେବେ ୨୪ ମନ୍ତ୍ରୀ । ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟଙ୍କୁ ଇସ୍ତଫା ଦେବାକୁ ଗତକାଲି ନିର୍ଦ୍ଦେଶ ଦେଇଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ । ଏପ୍ରିଲ ୧୧ ରେ ପୁନର୍ବାର ନୂଆ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ ହେବ ।

ଏଣୁ ଶପଥ ଗ୍ରହଣ ପୂର୍ବରୁ ସମସ୍ତ ମନ୍ତ୍ରୀଙ୍କୁ ନିଜ ନିଜ ଇସ୍ତଫା ପତ୍ର ଦାଖଲ କରିବାକୁ କହିିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୧୯ ମେ ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିବା ପରେ ଜଗନମୋହନ ଘୋଷଣା କରିଥିଲେ ଯେ ଅଢେଇ ବର୍ଷ ପରେ ସେ ନିଜ ମନ୍ତ୍ରିମଣ୍ଡଳକୁ ସମ୍ପୂର୍ଣ୍ଣ ବଦଳାଇବେ ଏବଂ ଏକ ନୂଆ ଟିମ୍ ଗଢିବେ । ଏବେ ଏହାକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ଜଗନମୋହନ ।

ପୁନର୍ଗଠିତ ମନ୍ତ୍ରିମଣ୍ଡଳରେ ଅଧିକାଂଶ ନୂଆ ମୁହଁକୁ ସାମିଲ କରାଯାଇପାରେ । ୫ଜଣଙ୍କୁ ପୁଣିଥରେ କ୍ୟାବିନେଟରେ ସାମିଲ କରାଯାଇପାରେ । ଗତକାଲି ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ରାଜଭବନେରେ ଭେଟି ଆଲୋଚନା କରିଥିଳେ ମୁଖ୍ୟମନ୍ତ୍ରୀ ଜଗନମୋହନ ।

Related Articles

Back to top button
WP Twitter Auto Publish Powered By : XYZScripts.com