ଜାତୀୟରାଜନୀତି

ଦେଶର ବରପୁତ୍ରଙ୍କ ଜୟନ୍ତୀ ପାଳନରେ ୫ ବର୍ଷରେ ଖର୍ଚ୍ଚ ହୋଇଛି ୬୧୬ କୋଟି, ରାଜ୍ୟସଭାରେ କହିଲେ ସରକାର

ନୂଆଦିଲ୍ଲୀ() ଗତ ପାଞ୍ଚ ବର୍ଷରେ ଦେଶର ବରପୁତ୍ରଙ୍କ ଜୟନ୍ତୀ ପାଳନରେ ଖର୍ଚ୍ଚ ହୋଇଛି ୬୧୬ କୋଟି। ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସରକାର। ସନ୍ଥ ରାମାନୁଜଚାର୍ଯ୍ୟ, ଗୁରୁ ନାନକ ଦେବ, ଗୁରୁ ରବିଦାସ, ପରମହଂସ ଯୋଗାନନ୍ଦ ଏବଂ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦନ ବହୁଗୁଣାଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଜୟନ୍ତୀ ପାଳନରେ ୬୧୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ରାଜ୍ୟସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି।

ସଂସ୍କୃତି ମନ୍ତ୍ରୀ ଜି.କିଷନ ରେଡ୍ଡୀ କହିଛନ୍ତି, ଗୁରୁ ଗୋବିନ୍ଦ ସିଂଙ୍କ ୩୫୦ତମ , ସତଗୁରୁ ରାମ ସିଂଙ୍କ ୨୦୦ତମ, ରାମାନୁଜଚାର୍ଯ୍ୟଙ୍କ ୧୦୦୦ତମ ଜୟନ୍ତୀ, ଗୁରୁ ନାନକଙ୍କ ୫୫୦ତମ ଜୟନ୍ତୀ ପାଳନ କରାଯାଇଛି। ସେହିପରି ପରମହଂସ ଯୋଗାନନ୍ଦଙ୍କ ୧୨୫ତମ ଜୟନ୍ତୀ, ହେମବନ୍ତୀ ନନ୍ଦନ ବହୁଗୁଣାଙ୍କ ଶତବ୍ଦୀ ସ୍ମରଣୋତ୍ସବ, ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ, ଗୁରୁ ତେଗ ବାହାଦୂରଙ୍କ ୪୦୦ତମ ଜୟନ୍ତୀ ଏବଂ ଜୈନାଚାର୍ଯ୍ୟା ବିଜୟ ବଲ୍ଲଭ ସୁରେଶ୍ୱରଙ୍କ ୧୫୦ତମ ଜୟନ୍ତୀ ପାଳନ କରାଯାଇଛି।

ଏହସହ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ, ସତ୍ୟଜିତ ରୟଙ୍କ ଜନ୍ମ ଶତବାର୍ଷିକୀ, ସନ୍ଥ ଶିରୋମଣୀ ଗୁରୁ ରବିଦାସଙ୍କ ୬୪୪ତମ ଜୟନ୍ତୀ ଏବଂ ପଣ୍ଡିତ ଭୀମସେନ ଯୋଶୀଙ୍କ ଜନ୍ମ ଶତବାର୍ଷିକୀ ପାଳନ କରାଯାଇଛି।

କେନ୍ଦ୍ରମନ୍ତ୍ରୀ ଜି.କିଷନ ରେଡ୍ଡୀ କହିଛନ୍ତି, ଏହି ଯୋଜନାରେ ୨୦୧୭-୧୮ରେ ୧୫୦.୦୬ କୋଟି ଖର୍ଚ୍ଚ କରାଯାଇଛି। ସେହିପରି ୨୦୧୮-୧୯ରେ ୧୫୯.୧୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ୨୦୧୯-୨୦ରେ ୧୦୨.୭୩ କୋଟି, ୨୦୨୦-୨୧ରେ ୭୯.୪୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ୨୦୨୧-୨୨ରେ ୧୨୩.୫୯କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏହାସହ ମହାନ ସମାଜ ଏବଂ ଧର୍ମ ସଂସ୍କାରକ ରାଜା ରାମମୋହନ ରାୟଙ୍କ 250ତମ ଜୟନ୍ତୀରେ ଅନେକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯୋଜନା ରଖିଥିବା ସରକାର କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com