ଅନ୍ତର୍ଜାତୀୟଜାତୀୟ

ପାକିସ୍ତାନର ଅନେକ ସହରରେ ଇମ୍ରାନ ସମର୍ଥକଙ୍କ ବିରୋଧ ପ୍ରଦର୍ଶନ, ଜୋର୍ ଧରିଲା ‘ଚୌକିଦାର ଚୋର୍ ହୈ’ ନାରା

ଇସଲାମାବାଦ() ଇମ୍ରାନ ଖାନ୍‌ଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇବା ବିରୋଧରେ ପାକିସ୍ତାନ ତହରିକ-ଏ-ଇନସାଫ ରବିବାର ରାତିରେ ଦେଶର ଅନେକ ସହରରେ ରାଲି କରିଛି । ଇସଲାମାବାଦ, କରାଚି, ପେଶଓ୍ବାର ଏବଂ ଲାହୋର ସହ ବିଭିନ୍ନ ସହରରେ ବିରୋଧ ପ୍ରଦର୍ଶନର ଆୟୋଜନ କରାଯାଇଥିଲା । ଏହି ରାଲି ବେଳେ ପ୍ରଦର୍ଶନକାରୀ ବିରୋଧୀଙ୍କ ବିରୋଧରେ ନାରାବାଜି କରିଥିଲେ । ଇମ୍ରାନ ଖାନ୍ଙ୍କୁ ଅବିଶ୍ବାସ ପ୍ରସ୍ତାବ ମାଧ୍ୟମରେ ପ୍ରଧାନମନ୍ତ୍ରୀ ପଦରୁ ହଟାଇ ଦିଆଯାଇଛି ।

ପାକିସ୍ତାନର ପଞ୍ଜାବ ଅଞ୍ଚଳରେ ଇମ୍ରାନଙ୍କ ସମର୍ଥକମାନେ ଚୌକିଦାର ଚୋର୍ ହୈ ନାରା ଦେଇ ବିରୋଧ ପ୍ରଦର୍ସନ କରିଥିଲେ । ପଞ୍ଜାବର ଲଲ ହବେଲିରେ ହଜାର ହଜାର ସମର୍ଥକ ଏକାଠି ହୋଇଥିଲେ । ବିରୋଧ ପ୍ରଦର୍ଶନକାରୀ ସେନାକୁ ଚୌକିଦାର କହି ଚୋର ବୋଲି ସମ୍ବୋଧନ କରୁଥିଲେ । ଯିଏକି ଇମ୍ରାନ ଖାନ୍ଙ୍କ ଜନାଦେଶକୁ ଚୋରି କହିଛନ୍ତି । ଏହିଭଳି ନାରା ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରି କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରଥମ ଥର କହିଥିଲେ ।

ଏକ ଭାଇରାଲ ଭିଡିଓରେ ପୂର୍ବତନ ଗୃହମନ୍ତ୍ରୀ ଶେଖ ରସିଦ ପ୍ରଦର୍ଶନକାରୀଙ୍କୁ ଦେଶର ସେନା ବିରୋଧରେ ନାରାବାଜି ନକରିବାକୁ କହୁଥିବା ଦେଖିବାକୁ ମିଳିଛି । ସେ କହୁଥିଲେ ନାରାବାଜି କରନାହିଁ ଆମେ ଶାନ୍ତିରେ ଲଢିବା । ସେ ଆହୁରି କହିଥିଲେ ଯେ, ଯଦି ତୁମେ ଦେଶକୁ ବଞ୍ଚାଇବାକୁ ଚାହୁଁଛ ରାତିର ଅନ୍ଧକାରରେ ନୁହେଁ ବରଂ ଦିନର ଆଲୋକରେ ନିଷ୍ପତ୍ତି ନିଅନ୍ତୁ । ୨୯ ତାରିଖରେ ଇଦ୍ । ପ୍ରସ୍ତୁତ ରୁହନ୍ତୁ ଆମେ ପ୍ରତିଦିନ ଲାଲ ହବେଲୀରୁ ଜେଲ୍ ଭରୋ ଆନ୍ଦୋଳନ କରିବା । ମୁଁ ନିଜେ କରାଚୀରୁ ଆନ୍ଦୋଳନରେ ସାମିଲ ହେବି । ସେ କହିଲେ ଯେ, ସେ ସମସ୍ତ ସିନ୍ଧିମାନଙ୍କୁ କହିବେ ଯେ ସେମାନେ ଚୋର, ଧୋକାବାଜ୍ଜ ଏବଂ ଲୁଟେରା ।

ଇମ୍ରାନ ଖାନଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ବହିଷ୍କାର କରାଯିବା ପରେ ତାଙ୍କ ସମର୍ଥନରେ କରାଚୀରେ ସହରକୁ ଆଲୋକିତ କରାଯାଇଥିଲା । ଇସଲାମାବାଦର ଜିରୋ ପଏଣ୍ଟରୁ ପିଟିଆଇ ସମର୍ଥକମାନେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସପକ୍ଷରେ ପତାକା ଉତ୍ତୋଳନ କରିବା ସହ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଖବର ଅନୁଯାୟୀ, ବହୁ ସମୟ ଧରି ଟ୍ରାଫିକ୍ ଲାଇନ ସହ ରାଲି ଯୋଗୁଁ ଶ୍ରୀନଗର ରାଜପଥରେ ଯାତାୟାତ ପ୍ରଭାବିତ ହୋଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com