ଜାତୀୟମନୋରଞ୍ଜନ

କୋର୍ଟ, ପ୍ୟାଣ୍ଟ, ଜୋତା ଓ ଟାଇ ପିନ୍ଧି ଗୁପଚୁପ ବିକ୍ରି କରୁଥିବା ଯୁବକଙ୍କୁ ଦେଖି ଲୋକେ ଦେଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ() କୋର୍ଟ, ପ୍ୟାଣ୍ଟ, ଜୋତା ଓ ଟାଇ ପିନ୍ଧି ଠେଲାରେ ଗୁପଚୁପ ବିକୁଥିବା ଜଣେ ଯୁବକଙ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ରାସ୍ତା ପାର୍ଶ୍ବରେ ଛିଡ଼ା ହୋଇ ଗୁପଚୁପ ବିକ୍ରି କରୁଥିବା ଯୁବକଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ୟୁଟ୍ୟୁବର ହେରି ଉପ୍ପଲ ଏହି ଗୁପଚୁପ ବିକ୍ରେତାଙ୍କ ଭିଡିଓ ସେୟାର କରିଛନ୍ତି।

ଆଉ ପୋଷାକ ପରିଧାନକୁ ନେଇ କହନ୍ତି, ‘ପ୍ରଥମେ ଯେତେବେଳେ ମୁଁ ଏହି ବ୍ୟବସାୟ ଆରମ୍ଭ କରିଥିଲି ପରିବାର ଠାରୁ ଲୁଚି କି କରିଥିଲି। ତେଣୁ ଘରୁ ମୁଁ ବାହାରିବା ସମୟରେ ଏମିତି କୋର୍ଟ, ପ୍ୟାଣ୍ଟ ପିନ୍ଧି କମ୍ପାନିକୁ କାମ କରିବାକୁ ଯାଉଛି ବୋଲି କହି ବାହାରି ଯାଇଥାଏ। ପରେ ପରିବାରଲୋକ ମୋ କାମ ବିଷୟରେ ଜାଣିଥିଲେ। ଭଲ ରୋଜଗାର ହେଉଥିବା ଜାଣି ସେମାନେ ବି ସମର୍ଥନ କରିଥିଲେ। ସେବେଠାରୁ ଏଭଳି ପୋଷାକ ପରିଧାନ କରି ଗୁପଚୁପ ବିକ୍ରି କରିବା ଏକ ଅଭ୍ୟାସ ହୋଇଯାଇଛି। ଆଉ ସାଧାରଣ ପୋଷାକ ପିନ୍ଧିବାକୁ ଇଚ୍ଛା ହେଉନାହିଁ।’

ଏହି ଯୁବକଙ୍କ ଏହି ଭିଡିଓକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ କହିଛନ୍ତି, ଏହି ଯୁବକ କୋଟିପତି ହେବାକୁ ଯାଉଛନ୍ତି। ଏଥିସହିତ ଅନ୍ୟ ଜଣେ ଯୁବକଙ୍କ କାମକୁ ଭୁରଭୁରି ପ୍ରଶଂସା କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com