ଓଡ଼ିଶା

ପାରିବାରିକ କଳହରୁ ୫ ଜଣଙ୍କୁ ହତ୍ୟା, ବଡ଼ଭାଇର ପରିବାରକୁ ମାରିଦେଲା ସାନଭାଇ

କଟକ() କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ କୁସୁପୁରରେ ଘଟିଛି ଏକ ହୃଦୟବିଦାରକ ହତ୍ୟାକାଣ୍ଡ । ସାନ ଭାଇର ଅମାନୁଷିକ ଆକ୍ରମଣରେ ବଡ଼ ଭାଇ ସମେତ ତାଙ୍କ ପରିବାରର ସମସ୍ତ 5 ଜଣ ସଦସ୍ୟ ମୃତ୍ୟୁବରଣ କରିଛନ୍ତି । ହତ୍ୟାକାଣ୍ଡ ପରେ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ସାନ ଭାଇ ।

ମୃତକମାନେ ହେଲେ ଅଲେଖ ସାହୁ, ତାଙ୍କ ପତ୍ନୀ ରଶ୍ମିରେଖା ସାହୁ, ଦୁଇ ପୁଅ ସ୍ମୃତି ସୌରଭ ଓ ସ୍ମୃତି ସାଇ ଏବଂ ଝିଅ ସ୍ମୃତିସନ୍ଧ୍ୟା । ଆତ୍ମସମର୍ପଣ କରିବା ପୂର୍ବରୁ ଅଭିଯୁକ୍ତ ଏକ ଭିଡିଓ କରିଥିଲେ। ଆଉ ଏହି ଭିଡିଓରୁ ସ୍ପଷ୍ଟ ହୋଇଛି ଯେ ପାରିବାରିକ କଳହ ଯୋଗୁ ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି।

Related Articles

Back to top button
WP Twitter Auto Publish Powered By : XYZScripts.com