ଓଡ଼ିଶା

ଆଜି ନୀଳଗିରି ୧୨ଘଣ୍ଟିଆ ବନ୍ଦ ଡ଼ାକରା, ସାମ୍ବାଦିକଙ୍କୁ ନିର୍ଯାତନା ଦେବା ଘଟଣାରେ ପ୍ରତିବାଦ

ନୀଳଗିରି()  ବୁଧବାର ନୀଳଗିରି ୧୨ଘଣ୍ଟିଆ ବନ୍ଦ ଡ଼ାକରା । ସାମ୍ବାଦିକ ଲୋକନାଥ ଦଳେଇଙ୍କ ଗୋଡ଼ରେ ବେଡି ପକାଇ ପୋଲିସ ନିର୍ଯାତନା ଦେବା ଘଟଣାରେ ପ୍ରତିବାଦ । ଏଥିରେ ନୀଳଗିରିର ସମସ୍ତ ରାଜନୈତିକ ଦଳ, ଜନସାଧାରଣ, ସାମ୍ବାଦିକ ସାମିଲ ହୋଇଛନ୍ତି ।

ତେବେ କେବଳ ଶିକ୍ଷାନୁଷ୍ଠାନ ଓ ଜରୁରୀକାଳୀନ ସେବା ଛାଡିଦେଲେ ଆଉ ସମସ୍ତ ଅଫିସ ,ଦୋକାନ ବନ୍ଦ ହୋଇଛି। ସେରଗଡ଼ ଓ ଉଦଳା ରାଜ୍ୟରାଜପଥ ବନ୍ଦ କରି ଦିଆଯାଇଛି। ସାମ୍ବାଦିକଙ୍କ ଉପରେ ପୋଲିସର ଏଭଳି ଜୁଲମକୁ ସବୁ ଆଡେ ନିନ୍ଦା କରାଯାଉଛି । ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com