କ୍ରୀଡ଼ା

ଆଇପିଏଲ୍‌କୁ ଘାରିଲା କରୋନା ଭୟ; ଦିଲ୍ଲୀ କ୍ୟାପିଟାଲ୍‌ସର ଫିଜିଓ ପାଟ୍ରିକ ଫରହାଟ କରୋନା ପଜିଟିଭ୍

ମୁମ୍ବାଇ() ଆଇପିଏଲ୍‌କୁ ଘାରିଲା କରୋନା ଭୟ। ଦିଲ୍ଲୀ କ୍ୟାପିଟାଲ୍‌ସର ଫିଜିଓ ପାଟ୍ରିକ ଫରହାଟ କରୋନା ପଜିଟିଭ୍ ହୋଇଛନ୍ତି। ଫିଜିଓ ପଜିଟିଭ୍ ହେବା ପରେ ଟିମ୍‌ର ଖେଳାଳିଙ୍କୁ କରୋନା ଭୟ ଘାରିଛି। ପଜିଟିଭ୍ ହୋଇଥିବା ଫରହାଟଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସର ମେଡିକାଲ ଟିମ୍ ଚିକିତ୍ସା କରୁଛନ୍ତି। ଏନେଇ ଶୁକ୍ରବାର ଆଇପିଏଲ୍‌ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି। ଚିଳତ ସଂସ୍କରଣ ପ୍ରଥମ କରୋନା ମାମଲା ଚିହ୍ନଟ ହୋଇଛି ବୋଲି ଆଇପିଏଲ୍ ପକ୍ଷରୁ ସୂଚନା ଦିଆଯାଇଛି।

ଦୁଇ ବର୍ଷ ତଳେ କୋଭିଡ୍‌ର ପ୍ରଥମ ଲହର ଯୋଗୁ ଆଇପିଏଲ୍‌କୁ ବାରମ୍ବାର ଘୁଞ୍ଚାଯାଇ ଶେଷରେ ୟୁଏଇରେ ବିନା ଦର୍ଶକରେ ମ୍ୟାଚ୍ ହୋଇଥିଲା। ଏହାପରେ ୨୦୨୧ ଆଇପିଏଲ୍‌ରେ ଅନେକ ଖେଳାଳି ପଜିଟିଭ୍ ହେବା ପରେ ଖେଳକୁ ମଝିରେ ବନ୍ଦ ରଖାଯାଇଥିଲା। ତେବେ ଆଇପିଏଲ୍‌ରେ ୨୦୨୨ରେ କରୋନା ସଂକ୍ରମଣ କମିବାରୁ ଆୟୋଜକମାନେ ୨୫ ପ୍ରତିଶତ ଦର୍ଶକ ସହିତ ଖେଳ ଆରମ୍ଭ କରିବାକୁ ଯୋଜନା କରିଥିଲେ। ପରିଣାମ ସ୍ୱରୂପ ଏବେ ଖେଳ ଜାରି ରହିଛି।

ତେବେ ଆଇପିଏଲ୍‌ରେ ୨୦୨୨ରେ କରୋନା ସଂକ୍ରମଣ କମିବାରୁ ଆୟୋଜକମାନେ ୨୫ ପ୍ରତିଶତ ଦର୍ଶକ ସହିତ ଖେଳ ଆରମ୍ଭ କରିବାକୁ ଯୋଜନା କରିଥିଲେ। ପରିଣାମ ସ୍ୱରୂପ ଏବେ ଖେଳ ଜାରି ରହିଛି। ସୂଚନା ଥାଉକି ଚଳିତ ଆଇପିଏଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ ୪ଟି ମ୍ୟାଚ୍ ଖେଳିଛି। ସେଥିମଧ୍ୟରୁ ୨ଟିରେ ହାରିଛି ଓ ୨ଟିରେ ଜିତିଛି। ପଏଣ୍ଟ ଟେବୁଲ ଦିଲ୍ଲୀ ୭ ନମ୍ବର ସ୍ଥାନରେ ରହିଛି। ତା ପଛକୁ ସନ୍‌ରାଇଜର ହାଇଦ୍ରାବାଦ, ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ୫ ଥରର ଚାମ୍ପିୟନ୍ସ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com