ଓଡ଼ିଶା

ପୁରୀରେ ସାଂସ୍କୃତିକ ଐତିହ୍ୟ ଓ ପରମ୍ପରା ସଂରକ୍ଷଣ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

ପୁରୀ () ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡିଆ ନବବର୍ଷ ଅବସରରେ ସାମାଜିକ ସଂଗଠନ ବିସ୍ତାରିତ ଓଡିଶା ପକ୍ଷରୁ ପୁରୀରେ ସାଂସ୍କୃତିକ ଐତିହ୍ୟ ଓ ପରମ୍ପରା ସଂରକ୍ଷଣ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡଃ ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ବ ବିଦ୍ୟାଳୟର କୁଳାଧିପତି ଡଃ ପ୍ରଫୁଲ୍ଲ କୁମାର ମିଶ୍ର ପ୍ରକାଶ କରିଥିଲେ ଯେ, ଗତ କେତେ ବର୍ଷ ହେଲା , ଆମ ଦେଶରେ ଆଧୁନିକତା ନାମରେ ଅପସଂସ୍କୃତି, କ୍ଷୀପ୍ର ଗତିରେ ପ୍ରବେଶ କରିବାରୁ ଲାଗିଲାଣି ।

ତେଣୁ ଓଡିଆ ମାନଙ୍କ ମଧ୍ୟରେ ଭାତୃଭାବ ଜାଗରିତ କରିବା ସବ ପ୍ରତିବଦ୍ଧତା ପ୍ରଦର୍ଶନ କଲେ ହେଁ, ଆମ ସଂସ୍କୃତି ଛିନ୍ନମୂଳ ହେବାରୁ ବଞ୍ଚି ପାରିବ ।ଆଲୋଚନା ଚକ୍ରରେ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ଅବସର ପ୍ରାପ୍ତ ପ୍ରାଶାସନିକ ଅଧିକାରୀ ଶ୍ୟାମ ସୁନ୍ଦର ମହାପାତ୍ର ପ୍ରକାଶ କରିଥିଲେ ଯେ ଆମର ଚଳତି ତଥା ସକାମାଜିକ ପରମ୍ପରା ପୃଷ୍ଠଭୂମିରେ ପ୍ରମାଣସିଦ୍ଧ ବୈଜ୍ଞାନିକ ଭିତ୍ତିଭୂମି ରହିଅଛି । ସେଗୁଡିକୁ ଯୁବଗୋଷ୍ଠୀଙ୍କ ନିକଟରେ ଉପସ୍ଥାପିତ କରାଯିବା ଉଚିତ୍ ।

ଏହି ଅବସରରେ ଉତ୍ତର ପ୍ରଦେଶର ସଂସ୍କୃତି ଗବେଷକ ଅଭିଷେକ ଆନନ୍ଦ, ଓଡିଶାର ସଂସ୍କୃତି ଓ ଐତିହ୍ୟର ଉଚ୍ଚାଙ୍ଗ ପରମ୍ପରା ଉପରେ ଆଲୋକପାତ କରିଥିଲେ। ଓଡିଶାର ପ୍ରଥିତଯଶା ସାରସ୍ବତ ଗବେଷକ ଡଃଶ୍ରୀଚରଣ ମହାନ୍ତି ଉପସ୍ଥାପିତ କରିଥିଲେ ଯେ, ସଂସ୍କୃତିର ଦୃଢତା ନ ରହିବାରୁ ପୃଥିବୀର ବହୁ ସଭ୍ୟତା ଧ୍ବଂସପ୍ରାପ୍ତ ହୋଇଅଛି ।ତେଣୁ ଆମ୍ଭେମାନେ ସଚେତନ ହୋଇ ସାଂସ୍କୃତିକ ଜାଗରତା କରିବା ସର୍ବଦୌ ଆବଶ୍ୟକ ।

ଏହି ଆଲୋଚନା ଚକ୍ରେ ବିସ୍ତାରିତ ଓଡିଶାର ପୁରୀ ଜିଲ୍ଲା ସଂଯୋଜକ କୃଷ୍ଣ ଚନ୍ଦ୍ର ଜେନା, ଗୋପ ଉନ୍ନୟନ ପ୍ରକଳ୍ପର ସଭାପତି ଆଶୋକ କୁମାର ରଥକୁ , ସାମାଜ ସେବା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅଲୋଚନା ଚକ୍ରକୁ ସଂଚାଲ କରିଥିଲେ ଅନୁଷ୍ଠାନର ସାଧାରଣ ସମ୍ପାଦକ ଗୋଲକ ବିହାରୀ ସିଂହ ଓ ଅର୍ଥ ସଚିବ ସୁବାଷ ଚନ୍ଦ୍ର ରଥ ।

Related Articles

Back to top button
WP Twitter Auto Publish Powered By : XYZScripts.com