ଅନ୍ତର୍ଜାତୀୟଜାତୀୟ

ଆମେରିକାରେ ଗୁଳିମାଡ଼, ୧୨ରୁ ଅଧିକ ଆହତ

ୱାଂଶିଟନ୍() ଆମେରିକା ସାଉଥ କାରୋଲିନାରେ ପୁଣି ବଡ଼ ଧରଣର ଗୁଳିକାଣ୍ଡ । ଗୁଳିମାଡ଼ରେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଜନଗହଳିପୂର୍ଣ୍ଣ କଲମ୍ବିଆନ ସେଣ୍ଟରର ଏକ ମଲରେ ଅକସ୍ମାତ ଗୁଳିମାଡ଼ ଯୋଗୁ ଆତଙ୍କ ଖେଳି ଯାଇଛି । ଆଗ୍ନେୟାସ୍ତ୍ର ଧରିଥିବା ୩ ଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଲୋକଙ୍କ ଉପରକୁ ଗୁଳି ଚଳାଇଥିବା ପୋଲିସ କହିଛି । ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖାଯାଇଥିବା ନେଇ ସୂଚନା ଦେଇଛନ୍ତି କଲମ୍ବିଆ ପୋଲିସ ମୁଖ୍ୟ । ଆହତ ବ୍ୟକ୍ତିଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

Firing In America's Carolina 12 Injured

ଅଭିଯୁକ୍ତଙ୍କ ବୟସ ୧୫ରୁ ୭୩ ବର୍ଷ ବୟସ ମଧ୍ୟରେ । ଗୁଳିକାଣ୍ଡ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଲୋକେ ଆତଙ୍କିତ ହୋଇ ବିଭିନ୍ନ ସ୍ଥାନରେ ଲୁଚି ଯାଇଥିଲେ । ଗତ ବୁଧବାର ଦିନ ବ୍ରୁକଲିନର ଆଟଲାଣ୍ଟିକ ଟର୍ମିନାଲ ମଲରେ ଜଣେ ବାଳକକୁ ଗୁଳି କରାଯାଇଥିଲା । ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି । ଗତ ୧୨ ତାରିଖରେ ନ୍ୟୁୟର୍କ ବ୍ରୁକଲିନ ସବୱେରେ ହୋଇଥିବା ଗୁଳିକାଣ୍ଡରେ ଆହତ ହୋଇଥିଲେ ୧୩ ଜଣ । ଗ୍ୟାସମାସ୍କ ପିନ୍ଧି ଗୁଳି ମାରିଥିବା ଅଭିଯୁକ୍ତ ଫ୍ରାଙ୍କ ଜେମସକୁ ପରେ ଗିରଫ କରିଥିଲା ପୋଲିସ ।

Related Articles

Back to top button
WP Twitter Auto Publish Powered By : XYZScripts.com