କ୍ରୀଡ଼ା

ଓଡ଼ିଶାରେ ଆଇପିଏଲ ବେଟିଂ: ୯ ଗିରଫ, ୧୮ ମୋବାଇଲ ସହିତ ଗୋଟିଏ ଲାପଟପ ଜବତ

() ଜାରି ରହିଥିବା ଆଇପିଏଲକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ବେଟିଂ ବଜାର । ଓଡ଼ିଶାର ବୀରମୁତ୍ରପୁର ଅଞ୍ଚଳରେ ଆଇପିଏଲ ବେଟିଂ ଚାଲିଥିବା ସମୟରେ ପୋଲିସ ଚଢାଉ କରି ୯ ଜଣଙ୍କୁ ଗିରଫ କରିଛି । କୁଆଁରମୁଣ୍ଡା ଫାଣ୍ଡି ଯମୁନାକି ଅଞ୍ଚଳରେ ପୋଲିସ ଚଢାଉ କରିଥିଲା । ଅଭିଯୁକ୍ତ ମାନେ ବ୍ୟବହାର କରୁଥିବା ୧୮ଟି ମୋବାଇଲ ସହ , ଗୋଟିଏ ଲାପଟପ ଓ ଗୋଟିଏ ଟାବଲେଟ ଜବତ କରିଛନ୍ତି ।

ଅନ୍ୟପଟେ ହାଇଦ୍ରବାଦରେ ବେଟିଂ ଚଲାଉଥିବା ବୁକିକୁ ଗିରଫ କରିଛି ଟାସ୍କ ଫୋର୍ସ ଗିରଫ କରିଛି । ଏଥି ସହିତ ବୁକି ନିକଟରୁ ୨.୮ ଲକ୍ଷ ଟଙ୍କା, ଗୋଟିଏ ମୋବାଇଲ ଫୋନ ଏବଂ ଗୋଟିଏ କାର ଜବତ କରିଛି । ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଟାସ୍କ ଫୋର୍ସ ଗୁଜୁରାଟ ଏବଂ ରାଜସ୍ଥାନ ମଧ୍ୟରେ ଚାଲିଥିବା ମ୍ୟାଚ୍ ରେ ମହମ୍ମଦ ଜାଭେଦ ଖାନ ନାମକ ବ୍ୟକ୍ତି ବେଟିଂ କରାଉଥିବା ବେଳେ ଟାସ୍କ ଫୋର୍ସ ଚଢାଉ କରିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com