ଜାତୀୟମନୋରଞ୍ଜନ

ଭାରତରେ ସାଉଥ୍‌ ଫିଲ୍ମର ଦବଦବା; ହିନ୍ଦୀ ସିନେମାକୁ ମାତ୍‌ ଦେଲାଣି ସାଉଥ୍‌ ଫିଲ୍ମ, ବଲିଉଡ୍‌ ପାଇଁ ୱାର୍ଣ୍ଣିଂ ବେଲ୍‌

ମୁମ୍ବାଇ() ଦକ୍ଷିଣ କ୍ରେଜ୍‌। ସିନେ ଅଣ୍ଡଷ୍ଟ୍ରିରେ ଦକ୍ଷିଣି ହାୱା। ଅଞ୍ଚଳ କି ରାଜ୍ୟରେ ନୁହେଁ ପୂରା ଦେଶରେ ସୁପରହିଟ୍‌। ସାଉଥ୍ ଇଣ୍ଡିଆନ୍‌ ଫିଲ୍ମ ସାରା ଦେଶର ହଲରେ କରୁଛି ଧମାଲ୍‌। ତାମିଲ, ତେଲୁଗୁ, କନ୍ନଡ କିମ୍ବା ମାଲାୟାଲମ୍ ଫିଲ୍ମର ହିନ୍ଦୀ ଭର୍ସନ୍‌ ପାଇଛନ୍ତି ଦର୍ଶକ । କରୋନାଭାଇରସ୍ କାରଣରୁ ଦେଶବ୍ୟାପୀ  ବନ୍ଦ୍‌ ଥିଲା ସିନେମା ହଲ୍‌।  ତାଲା ଖୋଲିବା  ପରେ ରିଲିଜ୍‌ ହୋଇଛି ଅନେକ ହିନ୍ଦି ଓ ସାଉଥ୍‌ ଫିଲ୍ମ। କିନ୍ତୁ ହିନ୍ଦୀ ଅପେକ୍ଷା ରହିଛି ସାଉଥ୍‌ ଫିଲ୍ମ କ୍ରେଜ୍ ବେଶି। ସେ ପୁଷ୍ପା ହେଉକି, RRR। ଏବେ ପୁଣି ୟଶଙ୍କ କେଜିଏଫ୍ -2। ସାଉଁଟୁଛନ୍ତି ପ୍ରଶଂସା। ଆଗକୁ ରିଲିଜି ହେବାକୁ ଥିବା ବିଜୟଙ୍କ ଫିଲ୍ମ ‘ବିଷ୍ଟ’କୁ ବି ନେଇ ହେଉଛି ଚର୍ଚ୍ଚା। ବଲିଉଡ୍‌ ଅପେକ୍ଷା ଏବେ  ସାଉଥ୍‌ ଫିଲ୍ମର ଦବଦବା।  ଦର୍ଶକ ପାଗଳ। ରିଲିଜ୍ ହେବା ପୂର୍ବରୁ ବୁକିଂ ସରୁଛି  ସମସ୍ତ ଟିକେଟ୍‌।

ଦୁଃଖର କଥାଟି କଣ ଜାଣିଛନ୍ତି? ଏବେ ସାଉଥ୍‌ ଫିଲ୍ମ ସମସ୍ତଙ୍କର ପସନ୍ଦ।  କିନ୍ତୁ ହିନ୍ଦୀ ଫିଲ୍ମକୁ ମିଳୁନି ସାଉଥ୍ ଦର୍ଶକଙ୍କ ଆଦୃତି। ଚଳଚ୍ଚିତ୍ର ବିଶ୍ଳେଷକ ତରନ ଆଦର୍ଶଙ୍କ ଏହାର ଉତ୍ତର ରଖିଛନ୍ତି।  ତାଙ୍କ ମତରେ, ‘ଉତ୍ତମ ମନୋରଞ୍ଜନ’ ଆଞ୍ଚଳିକ ସିନେମାର ସଫଳତାର ଶ୍ରେୟ ।

ସେ ଆହୁରି କହିଛନ୍ତି, “ହିନ୍ଦୀ ଚଳଚ୍ଚିତ୍ର ବାନ୍ଦ୍ରା ଠାରୁ ଭର୍ସୋଭା ଭିତରେ ସୀମିତ ରହିଛି। ତେବେ ବାକି ଭାରତ କେଉଁଠି ଅଛି? ଯେଉଁମାନେ ଉତ୍ତମ ମନୋରଞ୍ଜନ  ଚାହୁଁଛନ୍ତି ସେମାନଙ୍କୁ ଅବହେଳା କରାଯାଉଛି? ଆଉ ଦମଦାର୍‌ କାହାଣୀ ସହ ସେଥିରେ ଇମୋସନର ଆବଶ୍ୟକତା ରହିଛି। ବଲିଉଡ ଏବେ ଜାଗ୍ରତ ହେବାର ସମୟ ଆସିଛି। “

ଚଳଚ୍ଚିତ୍ର ବିଶ୍ଳେଷକ ଅକ୍ଷୟ ରାଠୀଙ୍କ ମତ ମଧ୍ୟ ସମାନ । ହିନ୍ଦୀ ଚଳଚ୍ଚିତ୍ର ଏମିତି କାହାଣୀ ଆବଶ୍ୟକ କରୁଛି , ଯାହାକି ଲୋକମାଙ୍କୁ ବାନ୍ଧି ରଖିବ। ସୂର୍ଯ୍ୟବଂଶୀ, ଟାଇଗର ଜିନ୍ଦା ହୈ, ବଜରଙ୍ଗୀ ଭଜରଙ୍ଗୀ ଭାଇଜାନ୍‌ ଓ  ଦଙ୍ଗଲ ଭଳି ମେଗା-ବ୍ଲକବଷ୍ଟର  ଫିଲ୍ମ କରିଥିବା ହିନ୍ଦୀ ଚଳଚ୍ଚିତ୍ର ନିର୍ମାତାଙ୍କ ପାଖରେ ସାମର୍ଥ୍ୟ ବି ଅଛି।

ନିକଟରେ ରିଲିଜ୍‌ ହୋଇଥିଲା  ଆଲୁ ଅର୍ଜୁନଙ୍କ ପୁଷ୍ପା: ଦି ରାଇଜ୍।  ବିନା କୌଣସି ପ୍ରମୋଶନରେ ଏହାର ହିନ୍ଦୀ ଭର୍ସନ ରୋଜଗାର କରିଛି ୧୦୮.୨୬ କୋଟି ଟଙ୍କା। ଏସ୍‌  ରାଜମୌଲୀଙ୍କ RRRର ବକ୍ସ ଅଫିସ କଲେକ୍ସନ ୨୪୦.୭୯ କୋଟି ଓ ବିଶ୍ୱବ୍ୟାପୀ ଆୟ ୧୦୦୦ କୋଟିରୁ ଅଧିକ ଆୟ। ​ ଭାରତରେ KGF 2 ପ୍ରଥମ ଦିନର ୧୩୪.୫ କୋଟି ଟଙ୍କାର କଲେକ୍ସନ କରିଛି।

ସାଉଥ୍ ସିନେମାର କଲେକ୍ସନ ଆଗରେ ବଲିଉଡ୍‌ ସିନେମା ପୂରା ଫ୍ୟୁଜ୍‌। ବଲିଉଡର ଏପରି ଲୋକପ୍ରିୟତା ହ୍ରାସରେ ନିର୍ମାତା ଓ ନିର୍ଦ୍ଦେଶକ ଚିନ୍ତାରେ।  ଏବେ ଅନୁଧ୍ୟାନର ଆବଶ୍ୟକତା ଥିବା କୁହନ୍ତି ବିଶେଷଜ୍ଞ।

KGF 2 କୁ ନେଇ ଏକ ସାକ୍ଷାତକାରରେ ଅଭିନେତା ୟଶ କହିଛନ୍ତି, ପରିବର୍ତ୍ତନଟି ରାତାରାତି ହୋଇନାହିଁ ।  ଏଥିପାଇଁ ସାଉଥ୍‌ ଫିଲ୍ମ ଢେର୍‌ ସମୟ ନେଇଛି। କାହାଣୀ, ଷ୍ଟାଇଲ୍‌ ଓ ଆକ୍ସନରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ବନାଇଛି। ସଠିକ୍‌ ବିଷୟବସ୍ତୁ ପରେ ନିର୍ଦ୍ଦେଶକ ଏସ୍ ରାଜାମୌଲି ଓ ଅଭିନେତା ପ୍ରଭାସଙ୍କ ସହ ଆଲୋଚନା। ପରେ ଏହା ରୂପ ନେଇଥିଲା।  ଆଉ ଏବେ ସଫଳତା ପହାଚରେ। ସେ ଯାହାବି ହେଉ ଯୋଜିତା ୱହି ସିକନ୍ଦର। ତେଣୁ ଦର୍ଶକଙ୍କ ପସନ୍ଦକୁ ପରଖିବା ଏବଂ ସେହି ଆଧାରରେ  ଆଗକୁ ଗଲେ ହିଁ ସଫଳତା  ବକ୍ସ ଅଫିସରେ ସୁପରହିଟ୍‌।

Related Articles

Back to top button
WP Twitter Auto Publish Powered By : XYZScripts.com