ଜାତୀୟ

ହୁବଳିରେ ସାଂପ୍ରଦାୟିକ ଉତ୍ତେଜନା ଘଟଣାରେ ୪୦ ଗିରଫ

ହୁବଳି() କର୍ଣ୍ଣାଟକ ହୁବଳିରେ ମଧ୍ୟ ସାଂପ୍ରଦାୟିକ ଉତ୍ତେଜନା  । ପୋଲିସ ଥାନା ଉପରେ ଆକ୍ରମଣ କରିଛନ୍ତି ଉତ୍ତ୍ୟକ୍ତ ଲୋକେ  । ପୁରୁଣା ହୁବଲି ପୋଲିସ ଷ୍ଟେସନରେ ଗତରାତିରେ ଉତ୍ତ୍ୟକ୍ତ ଲୋକେ ଟେକାପଥର ମାଡ କରିଛନ୍ତି  । ଏହି ଘଟଣା ପରେ ୪୦ ଜଣଙ୍କୁ ଗିରଫ କରାଯାଇଛି  । କିଛି ପୋଲିସ ଗାଡି ମଧ୍ୟ ଭଙ୍ଗାରୁଜା କରିଛନ୍ତି ଲୋକେ  । ଢେଲାପଥର ମାଡ ଯୋଗୁଁ ଜଣେ ଇନ୍ସପେକ୍ଟରଙ୍କ ସମେତ ୧୨ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି  । ଲୋକଙ୍କୁ ଘଉଡାଇବା ପାଇଁ ପୋଲିସକୁ ମୃଦୁ ଲାଠିଚାଳନା କରିବାକୁ ପଡିଥିଲା  ।

ହିଂସାକାଣ୍ଡ ପରେ ହୁବଳିରେ ଜାରି କରାଯାଇଛି ୧୪୪ ଧାରା ।  ସୋସିଆଲ ମିଡିଆରେ ସଂଖ୍ୟାଲଘୁ ସଂପ୍ରଦାୟକୁ ଟାର୍ଗେଟ କରି ଜଣେ ବ୍ୟକ୍ତି ଆପତ୍ତିଜନକ ପୋଷ୍ଟ କରିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ପରେ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରି ମାମଲା ରୁଜୁ କରିଥିଲା ପୋଲିସ ।  କିନ୍ତୁ ପୋଲିସ କାର୍ଯ୍ୟାନୁଷ୍ଠାନରେ ସନ୍ତୁଷ୍ଟ ନ ହୋଇ ବହୁସଂଖ୍ୟାରେ ଲୋକେ ଥାନା ଉପରେ ଆକ୍ରମଣ କରିଥିବା ହୁବଲି -ଧାରଓ୍ବାର୍ଡ ପୋଲିସ କମିଶନର କହିଛନ୍ତି  ।

Related Articles

Back to top button
WP Twitter Auto Publish Powered By : XYZScripts.com