ଓଡ଼ିଶା

ଡ୍ରାଇଭର ମହାସଂଘ ସହ ମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର() ରାଜଧାନୀରେ ଓଡ଼ିଶା ଡ୍ରାଇଭର ମହାସଂଘର ଆନ୍ଦୋଳନ ପ୍ରସଙ୍ଗ । ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା କରିଛି ସଂଘ । ଆଲୋଚନାରେ ମନ୍ତ୍ରୀ ସୁଶାନ୍ତ ସିଂହ, କଟକ ମେୟର ସୁବାସ ସିଂହ ଓ ବିଭାଗୀୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଆଲୋଚନା ସଫଳ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ୧୦ ଦଫା ଦାବି ନେଇ ଆଦି ରାଜରାସ୍ତାକୁ ଓହ୍ଲାଇଥିଲା ଓଡ଼ିଶା ଡ୍ରାଇଭର ମହାସଂଘ ।

ସେପଟେ ହଜାର ହଜାର ଡ୍ରାଇଭର ରାଜଧାନୀରେ ବିକ୍ଷୋଭ କରିଥିଲେ  । ୧୦ ଦଫା ଦାବି ନେଇ ଲୋକସେବା ଭବନ ଅଭିମୁଖେ ଗସ୍ତ କରିଥିଲେ  । ମାଷ୍ଟରକ୍ୟାଟିନରେ ଏକତ୍ର ହୋଇଥିଲେ ସମସ୍ତ ଡ୍ରାଇଭର  । ପରବର୍ତ୍ତୀ ସମୟରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ଶ୍ରମମନ୍ତ୍ରୀ ସୁସାନ୍ତ ସିଂ ପ୍ରମୁଖ ଡ୍ରାଇଭର ମହାସଂଘ ସଦସ୍ୟଙ୍କ ସହ ଆଲୋଚନା କରିଥିଲେ  । ସେମାନଙ୍କ ଆଲୋଚନା ସଫଳ ହୋଇଥିବା ଜାଣିବାକୁ ମିଳିଛି  ।

ଡ୍ରାଇଭରଙ୍କ ସାମାଜିକ ସୁରକ୍ଷା ପାଇଁ କମିଟି ଗଠନ ହେବ ।  ଏହି କମିଟି ବିଭିନ୍ନ ରାଜ୍ୟକୁ ଯାଇ ତଥ୍ୟ ସଂଗ୍ରହ କରିବ । ଏହାସହ କମିଟି ସୁପାରିସ ଆଧାରରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ । ୩ ମାସରେ ତାହା କାର୍ଯ୍ୟକ୍ଷମ ହେବ । ସେହିପରି ଗାଡ଼ି ଚାଳକଙ୍କୁ ଯେପରି ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରାଯିବ ନାହିଁ ସେଥିପାଇଁ ସବୁ ଜିଲ୍ଲାର ଏସପିଙ୍କୁ ଚିଠି ଲେଖିଛନ୍ତି ଆଇନଶୃଙ୍ଖଳା ଏଡିଜି ।

୩ ମାସ ଭିତରେ ବିଭିନ୍ନ ଜିଲ୍ଲା ଗସ୍ତ କରି ତଥ୍ୟ ସଂଗ୍ରହ କରାଯିବ । ଏହାସହ ଡ୍ରାଇଭରଙ୍କ ଦାବି ଉପରେ ଉଚିତ ପଦକ୍ଷେପ ନିଆଯିବ । ୩ ମାସ ମଧ୍ୟରେ ଦାବି ଉପରେ ନିଆଯିବ ଉଚିତ ପଦକ୍ଷେପ । ୧୧ ଦଫା ଦାବି ନେଇ ଡ୍ରାଇଭର ସଂଘ ଆନ୍ଦୋଳନ କରିଥିବା ବେଳେ, ଡ୍ରାଇଭରଙ୍କ ଉଚିତ୍ ଦାବିକୁ ସରକାର ଗ୍ରହଣ କରିବେ ବୋଲି କହିଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା ।

Related Articles

Back to top button
WP Twitter Auto Publish Powered By : XYZScripts.com