ଓଡ଼ିଶା

ପ୍ରେମ ଟ୍ରାକରେ ଝୁଣ୍ଟିଲେ ଦୌଡ଼ରାଣୀ ଦୂତୀ

ଭୁବନେଶ୍ୱର() ପ୍ରେମରେ ଝୁଣ୍ଟିଲେ ଦୌଡ଼ରାଣୀ ଦୂତୀ ଚାନ୍ଦ । ଗର୍ଲଫ୍ରେଣ୍ଡ ସହ ଦୂତୀ ଚାନ୍ଦଙ୍କ କିଛି ମତାନ୍ତର ହୋଇଛି । ପ୍ରେମିକାଙ୍କ ସହ ମନାନ୍ତର ପରେ ନିଜ ମନର କୋହକୁ ସମ୍ଭାଳି ନପାରି ହ୍ୱାଟ୍ସଆପ୍ ଷ୍ଟାଟସରେ ବଖାଣିଛନ୍ତି ଦୂତୀ । ହ୍ୱାଟ୍ସଆପ ଷ୍ଟାଟସରେ ପ୍ରେମରେ ବିବାଦକୁ ଉଲ୍ଲେଖ କରି ପ୍ରେମିକାଙ୍କ ସହ ମତାନ୍ତରର ଚାଟକୁ ସେୟାର କରିଛନ୍ତି । ଆଉ ଦୂତୀଙ୍କ ପ୍ରେମିକା ମଧ୍ୟ ଚାଟିଂରେ କହିଛନ୍ତି ଉପହାର ସ୍ୱରୂପ ସେ ଦୂତୀଙ୍କ ପାଖରୁ ଯାହା ଗ୍ରହଣ କରିଛନ୍ତି ସେ ଫେରାଇ ଦେବେ ।

ଦୂତୀ ବିଭିନ୍ନ ସମୟରେ ତାଙ୍କର ପ୍ରେମକୁ ନେଇ ଚର୍ଚ୍ଚାରେ ରୁହନ୍ତି । ନିକଟରେ ତାଙ୍କର ପ୍ରେମ କାହାଣୀକୁ ନେଇ ଏକ ପତ୍ରିକାରେ ଖବର ପ୍ରକାଶ ପାଇଥିଲା । ଏପରିକି ଦୂତୀ ଭାଲେଣ୍ଟାଇନ୍ ୱିକର ପ୍ରମିଜ୍ ଡେରେ ଉଭୟଙ୍କ ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ । ଲେଖିଥିଲେ, ପ୍ରେମ ଓ ପ୍ରତିଶ୍ରୁତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ । ଆଜି ହେଉଛି ସେହି ପ୍ରତିଶ୍ରୁତି ବା ପ୍ରମିଜ ଡେ’ । ପ୍ରେମ ସପ୍ତାହରେ ପଞ୍ଚମ ଦିନ ପ୍ରମିଜ ଡେ’ରେ ପ୍ରତିଶ୍ରୁତିରେ ଆବଦ୍ଧ ହୁଅନ୍ତି ପ୍ରେମୀ ଯୁଗଳ । ମନର ମଣିଷକୁ ସାତ ଜନ୍ମ ପାଇଁ ସାଥୀ କରିବା ପାଇଁ ନେଇଥାନ୍ତି ଶପଥ । ଜୀବନରେ ଯେତେ ଝଡ଼ ତୋଫାନ ଆସିଲେ ବି କେବେବି କରବୁନି ପର ମୋତେ । ଅଧା ବାଟରେ ଛାଡିବୁନି ହାତ ମୋର ।

ହେଲେ ପ୍ରମିଜ ଡେର ମାତ୍ର ୨ ମାସ ପରେ ଦୂତୀଙ୍କ ପ୍ରେମରେ ଟ୍ୱିଷ୍ଟ ଆସିଛି । ସାତ ଜନ୍ମ ପାଇଁ ସାଥୀ ହେବାକୁ ଶପଥ ନେଇଥିଲେ ବି ଉଭୟ ସମ୍ପର୍କର ସୂତା ଖିଅକୁ ସଂଘର୍ଷ କରି ସମ୍ଭାଳି ପାରି ନାହାନ୍ତି । ଜୀବନର ସମସ୍ତ ଝଡ଼ଝଞ୍ଜାକୁ ସାମ୍ନା କରିବା ଆଗରୁ ଦୂତୀ ହାର୍ ମାନି ଯାଇଥିବା ଲାଗୁଛି । ଭଲ ପାଇବାର ଆଉ ଏକ ପାହାଞ୍ଚ ଚଢ଼ି ବିବାହ କରିବା ପୂର୍ବରୁ ସୃଷ୍ଟି ହୋଇଛି ଫାଟ ।

ଦୌଡ଼ରାଣୀଙ୍କ ଦୁଃଖ କାହାଣୀ

ଏମିତି ଏକ ଝିଅକୁ ଭଲ ପାଇ ବସିଲି ଯେ ତା ମନରେ ମୋ ପ୍ରତି ଖାଲି ସନ୍ଦେହ ହିଁ ସନ୍ଦେହ । ଯିଏ ଦିନେ ମୋତେ ପାଇ ଦୁନିଆର ସବୁ ସୁଖ ପାଇଯାଇଥିଲା ବୋଲି କହୁଥିଲା । ଆଜି କାଳେ ମୋତେ ଭଲ ପାଇ ବଡ଼ ଭୁଲଟେ କରିଦେଇଛି ବୋଲି କହୁଛି । ହା ହା କାହାକୁ କ’ଣ କହିବି ? ବିଧିର ବିଧାନ କେ କରିବ ଆନ । ଆମେ ସମସ୍ତେ ସମୟର ଦାସ । କେତେ ବେଳେ କଣ ହେବ କିଏ ବା କହିବ ? ଜୀବନ ଆଉ ଆପଣାର କେହି ବି ଚିରସ୍ଥାୟୀ ନୁହଁନ୍ତି । ଏଠି ସମୟର ସହ ସମସ୍ତେ ଦିନେ ନା ଦିନେ ହଜିଯାଆନ୍ତି । ଜୀବନରେ ପ୍ରତ୍ୟେକ ସମୟକୁ ଖୁସିରେ ଅତିବାହିତ କରିବାକୁ ଚେଷ୍ଟା କରନ୍ତୁ । କିଏ ଜାଣେ ଆମେ ଚିନ୍ତା କରୁଥିବା ଭବିଷ୍ୟତ ପାଖରେ ପହଞ୍ଚିବା ପୂର୍ବରୁ ହୁଏତ ଆମେ ଦୁନିଆ ପାଇଁ ଅତୀତ ହୋଇ ଯାଇଥିବା ।

Related Articles

Back to top button
WP Twitter Auto Publish Powered By : XYZScripts.com