ଓଡ଼ିଶା

ସ୍ୱାମୀଙ୍କ ନିର୍ଯାତନା ଓ ଦ୍ୱିତୀୟ ବିବାହ ପାଇଁ ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କଲେ କନେଷ୍ଟବଳଙ୍କ ସ୍ତ୍ରୀ

ଢ଼େଙ୍କାନାଳ() ଢ଼େଙ୍କାନାଳ ଜିଲ୍ଲା ଏସପି କାର୍ଯ୍ୟାଳୟରେ ଅଭାବନୀୟ ଘଟଣା । କନେଷ୍ଟବଳ ସ୍ତ୍ରୀଙ୍କ ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା ଉଦ୍ୟମ। ସ୍ବାମୀ ନିର୍ଯାତନା ଓ ଦ୍ୱିତୀୟ ବିବାହ କରିଥିବାରୁ ବାରମ୍ବାର ପୋଲିସ ଆଗରେ ଗୁହାରୀ କରି ନ୍ୟାୟ ନମିଳିବାରୁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ମହିଳା ଜଣଙ୍କ । ମହିଳାଙ୍କ ସ୍ବାମୀ ଏସପି ଅଫିସରେ କନେଷ୍ଟବଳଭାବେ କାର୍ଯ୍ୟରତ । ପୂର୍ବରୁ କନେଷ୍ଟବଳ ଜଣଙ୍କ ଏପରି ଏକାଧିକ ମହିଳାଙ୍କ ସହିତ ଅନୈତିକ ସମ୍ପର୍କ ରଖିଥିବା ଅଭିଯୋଗ କରିଛନ୍ତି କନେଷ୍ଟବଳଙ୍କ ସ୍ତ୍ରୀ ।

ତେବେ ୬ ବର୍ଷ ହେବ ସ୍ବାମୀ ତାଙ୍କୁ ନିର୍ଯାତନା ଦେଇ ଆସୁଥିବା କହିଛନ୍ତି ମହିଳା । ଏହା ପୂର୍ବରୁ ମହିଳା ଜଣଙ୍କ ପୋଲିସ, ଏସପିଙ୍କୁ ଭେଟି ବାରମ୍ବାର ଗୁହାରୀ କରିଛନ୍ତି । କିନ୍ତୁ କୌଣସି ସୁଫଳ ମିଳିନଥିଲା। କିଛିଦିନ ପୂର୍ବରୁ କନେଷ୍ଟବଳ ସ୍ବାମୀ ଜଣେ ଯୁବତୀଙ୍କୁ ବିବାହ ମଧ୍ୟ କରିଥିବା ଅଭିଯୋଗ କରିଛନ୍ତି ସ୍ତ୍ରୀ । ତେବେ ଆଗକୁ ନ୍ୟାୟ ନମିଳିଲେ ସେ ଜୀବନ ହାରିବେ ବୋଲି ମହିଳା ଜଣଙ୍କ କହିଛନ୍ତି । ସେପଟେ ଏହି ଘଟଣାରେ ଅତିରିକ୍ତ ଏସପି ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com