ଓଡ଼ିଶା

କଟକ ଚଣ୍ଡୀ ମନ୍ଦିର ପରିଦର୍ଶନ କଲେ 5T ସଚିବ ଭି.କେ ପାଣ୍ଡିଆନ, ଉନ୍ନତିକରଣ ପ୍ରକଳ୍ପ କାମର କଲେ ସମୀକ୍ଷା

() କଟକ ଚଣ୍ଡୀ ମନ୍ଦିର ପରିଦର୍ଶନ କଲେ 5T ସଚିବ ଭି.କେ ପାଣ୍ଡିଆନ । ମା’ଙ୍କ ଦର୍ଶନ କରିବା ସହ ମନ୍ଦିର ପ୍ରକଳ୍ପ ଉନ୍ନତିକରଣ କାର୍ଯ୍ୟର ନେଇ ସମୀକ୍ଷା କରିଛନ୍ତି ପାଣ୍ଡିଆନ ।

ଏହି ଅବସରରେ କଟକ ଜିଲ୍ଲାପାଳ, ସିଏମସି କମିଶନର ଓ କଟକ ଡିସିପି ମଧ୍ୟ ଉପସ୍ଥିତ ଥିଲେ । ଗୁରୁବାର ଭୋର ସମୟରେ କଟକରେ ପହଞ୍ଚି ଚଣ୍ଡୀ ମନ୍ଦିର ପ୍ରକଳ୍ପର ସମୀକ୍ଷା କରିବା ସହ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ପାଣ୍ଡିଆନ ।

ସେହିପରି ଚଣ୍ଡୀ ମନ୍ଦିର ଚତୁଃପାଶ୍ୱର ଉନ୍ନତିକରଣ ପାଇଁ ପ୍ରସ୍ତାବ ଦିଆଯାଇଛି । ଆଗାମୀ ଦିନରେ ମନ୍ଦିରକୁ ହେରିଟେଜ ରୂପ ଦେଵା ପାଇଁ ଯୋଜନା କରାଯାଇଛି । ଏହାସହିତ ସ୍ବତନ୍ତ୍ର ପାର୍କିଂ ସ୍ଥାନ ଓ ସପିଙ୍ଗ କମ୍ପ୍ଲେକ୍ସ ତିଆରି ପ୍ରସ୍ତାବ ମଧ୍ୟ ରହିଛି । ଆସନ୍ତା ୭ଦିନ ଭିତରେ ପ୍ରକଳ୍ପ ରିପୋର୍ଟ ଦେଵ ପ୍ରଶାସନ । ଏହାପରେ ପ୍ରକଳ୍ପ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପିତ ହେଵ । ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ।

Related Articles

Back to top button
WP Twitter Auto Publish Powered By : XYZScripts.com