ଓଡ଼ିଶା

ଗହଣା ଦୋକାନରେ ବିସ୍ଫୋରଣ, ଜଣେ ମୃତ

ଚାନ୍ଦବାଲି() ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଧାମରା ବଜାରରେ ଏକ ଗହଣା ଦୋକାନରେ ବିସ୍ଫୋରଣ । ଦୋକାନରେ ଥିବା କିଛି ରାସାୟନିକ ପଦାର୍ଥରେ ବିସ୍ପୋରଣ ଘଟି ଜଣେ ପ୍ରାଣ ହରାଇଛନ୍ତି । ଏହାସହ ଅନ୍ୟ ଜଣେ ଗରୁତର ହୋଇ କଟକ ସ୍ଥାନାନ୍ତରିତ ହୋଇଛନ୍ତି । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ହରିହର ରଣା ଓ ଗରୁତର ବ୍ୟକ୍ତି ହେଉଛନ୍ତି ସେକ କୌମତ୍ ।

ଖବର ଅନୁଯାୟୀ, ଧାମରା ବଜାରରେ ଥିବା ସତ୍ୟମ ରଣା କାମିଳିଆଙ୍କ ଏକ ଗହଣା ଦୋକାନରେ କଇଥିଖୋଲା ବାସିନ୍ଦା ସେକ୍ କୌମତ ଏବଂ କେନ୍ଦ୍ରାପଡା ଜିଲ୍ଲା ତାଳଚୁଆ ଗ୍ରାମର ହରିହଦ ରଣା ରହି କାର୍ଯ୍ୟ କରୁଥିଲେ । ସେମାନେ ସତ୍ୟମଙ୍କ ଦେକାନରେ ରହି ବିଭିନ୍ନ ବିଭିନ୍ନ ପ୍ରକାର ଭଙ୍ଗା ବ୍ୟାଟେରୀ, ଭଗ୍ନ କ୍ଷେପଣାସ୍ତୁ, କେମିକାଲ ତଥା ଭଙ୍ଗା ଲୁହା ରଡ୍ ଆଦି ଆଣି ତାକୁ ତରଳାଇ ବିଭିନ୍ନ ପଦାର୍ଥ ତିଆରି କରି ବିକ୍ରି କରୁଥିଲେ । ହେଲେ ସେହି ସମାଗ୍ରୀକୁ ତରଳାଉଥିବା ବେଳେ ବିସ୍ଫୋରଣ ହୋଇ ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ହରିହର ପ୍ରାଣ ହରାଇଥିବା ବେଳେ କୈମତ ଗୁରୁତର ହୋଇଥିଲେ ।

ସେପଟେଘଟଣାରେ ଧାମରା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମକୁ ଡ଼କାଯାଇ ତଦନ୍ତ କରାଯିବ ବୋଲି ପୋଲିସ କହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com