ଓଡ଼ିଶା

ଚନ୍ଦନ ଯାତ୍ରାରେ ସାମିଲ୍ ହୋଇ ପାରିବେ ଶ୍ରଦ୍ଧାଳୁ

ପୁରୀ() ସହଜ ହେବ ଶ୍ରୀମନ୍ଦିର ପ୍ରବେଶ ଓ ଜଗା ଦର୍ଶନ । ଏଣିକି ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ ଭକ୍ତ । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି । ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଆସନ୍ତା ୨୯ ତାରିଖରୁ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ଖୋଲା ରହିବ । ପୂର୍ବରୁ ଭକ୍ତ କେବଳ ପୂର୍ବ ଦ୍ୱାର ଦେଇ ପ୍ରବେଶ କରୁଥିଲେ । ପଶ୍ଚିମଦ୍ୱାର ଦେଇ ସେବାୟତଙ୍କ ପରିବାର ଓ ପୁରୀ ସହରବାସୀଙ୍କୁ ଭିତରକୁ ଛଡ଼ା ଯାଉଥିଲା । ଏବେ ପଶ୍ଚିମ ଦ୍ୱାର ଦେଇ ସମସ୍ତ ଭକ୍ତ ପ୍ରବେଶ କରିବା ନେଇ ଶ୍ରୀମନ୍ଦିର ପରିଚାଳନା ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ସେହିଭଳି ଚନ୍ଦନ ଯାତ୍ରାରେ ଭକ୍ତ ସାମିଲ୍ ନେଇ ମଧ୍ୟ ଅନୁମତି ଦିଆଯାଇଛି । ଅନ୍ୟପଟେ ରଥଯାତ୍ରା ପାଇଁ ଖୁବଶୀଘ୍ର ଆରମ୍ଭ କରାଯିବ ରଥ ନିର୍ମାଣ କାର୍ଯ୍ୟ । ନୀଳାଦ୍ରି ଭକ୍ତ ନିବାସରେ ଗଜପତିଙ୍କ ଅଧ୍ୟକ୍ଷତାରେ ଆଜି ଶ୍ରୀମନ୍ଦିର ପରିଚାଳନା ବୈଠକ ବସିଥିଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପିଙ୍କ ଉପସ୍ଥିତିରେ ବୈଠକ ବସିଥିବା ବେଳେ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ଆସନ୍ତା ୨୫ ତାରିଖରେ ଆଉ ଏକ ବୈଠକ ବସିବା ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭି.ଭି ଯାଦବ ।

Related Articles

Back to top button
WP Twitter Auto Publish Powered By : XYZScripts.com