ଓଡ଼ିଶା

ଭୀମଭୋଇ ମେଡିକାଲ କଲେଜ ହଷ୍ଟେଲ ଛାତରୁ ପଡ଼ି ଡାକ୍ତରୀ ଛାତ୍ର ମୃତ

ବଲାଙ୍ଗୀର() ଭୀମଭୋଇ ମେଡିକାଲ କଲେଜ ହଷ୍ଟେଲରେ ଅଘଟଣ । ହଷ୍ଟେଲ ଛାତରୁ ପଡି ଜଣେ ଡାକ୍ତର ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ରଙ୍କ ଜଣଙ୍କ ହରିୟାଣାର ହୋଇଥିବା ବେଳେ ତାଙ୍କ ନାଁ ନିଶାନ୍ତ କୁମାର ବୋଲି ଜଣାପଡିଛି।

ହଷ୍ଟେଲର ସାତ ମହାଲା କୋଠାରୁ ପଡ଼ି ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ତେବେ ଏହା ଆତ୍ମହତ୍ୟା ନା ଅଘଟଣ ଏଯାଏଁ ସ୍ପଷ୍ଟ ହୋଇଛି। ମୃତ ଛାତ୍ର ନିଶାନ୍ତ କୁମାରଙ୍କ ଘର ହରିୟାଣାରେ । ସେ ଏମବିବିଏସର ପ୍ରଥମ ବର୍ଷରେ ପାଠ ପଢୁଥିବା ସୂଚନା ରହିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚ ତଦନ୍ତ ଆରମ୍ଭ କରିଛି।

Related Articles

Back to top button
WP Twitter Auto Publish Powered By : XYZScripts.com