ଓଡ଼ିଶା

ରାଜଧାନୀରେ ଲୁଟେରାଙ୍କ ରାଜ୍, ସୁନା ଦୋକାନୀଙ୍କଠାରୁ ଲୁଟି ନେଲେ ୬ ଲକ୍ଷ

ଭୁବନେଶ୍ୱର() ରାଜଧାନୀରେ ଲୁଟେରାଙ୍କ ରାଜ୍ । ସୁନା ଦୋକାନୀଙ୍କଠାରୁ ଲୁଟ୍ । ରାତିରେ ଦୋକାନ ବନ୍ଦ କରି ସ୍କୁଟିରେ ଯାଉଥିବା ବେଳେ ସୁନା ଗହଣା ଲୁଟି ନେଇଛନ୍ତି ଲୁଟେରା । ୬ ଲକ୍ଷ ଟଙ୍କାର ସୁନା ଗହଣା ଭର୍ତ୍ତି ବ୍ୟାଗ ଲୁଟ୍ ହୋଇଥିବା ଜଣାପଡ଼ିଛି । ଗୋଟିଏ ପଲସରରେ ୩ ଜଣ ଲୁଟେରା ଆସି ସୁନା ଗହଣା ଲୁଟ କରିଥିବା ଅଭିଯୋଗ ହୋଇଛି । ଏନେଇ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଆରମ୍ଭ କରିଛି ତଦନ୍ତ । ଆଖ ପାଖରେ ଲାଗିଥିବା ସିସିଟିଭି ଫୁଟେଜକୁ ବି ଯାଞ୍ଚ କରୁଛି ପୋଲିସ । ଗତବର୍ଷ ମଧ୍ୟ ସୁନା ଦୋକାନ ମାଲିକ ଓମ୍ ପ୍ରକାଶ ସାହୁଙ୍କ ଦୋକାନରୁ କୋଟିଏ ଟଙ୍କାର ସୁନା ଗହଣା ଲୁଟି ଚମ୍ପଟ ମାରିଥିଲେ ଲୁଟେରା । ଆଉ ଗତକାଲି ରାତିରେ ବନ୍ଧୁକ ଦେଖାଇ ସୁନା ଦୋକାନ ମାଲିକଙ୍କଠାରୁ ଲୁଟେରା ଲୁଟି ନେଇଥିଲେ ସୁନା ଗହଣା ।

Related Articles

Back to top button
WP Twitter Auto Publish Powered By : XYZScripts.com