ଜାତୀୟ

ଶୋଭାଯାତ୍ରା ବେଳେ ଖଲିସ୍ଥାନ ସମର୍ଥକ ଓ ଶିବସେନା କର୍ମୀ ମୁହାଁମୁହିଁ, ବୁଲିଲା ଖଣ୍ଡା

ନୂଆଦିଲ୍ଲୀ() ପଞ୍ଜାବର ପଟିଆଲାରେ ଶୁକ୍ରବାର ଶିବସେନା ଓ ଖଲିସ୍ଥାନୀ ସମର୍ଥକ ମୁହାଁମୁହିଁ ହୋଇଛନ୍ତି । ଉଭୟ ପକ୍ଷ ପରସ୍ପର ସାମ୍ନାରେ ଖଣ୍ଡା ଧରି ଆତଙ୍କ ଖେଳାଇଥିଲେ । ଘଟଣାକୁ ନେଇ ସହରରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି ।

ରିପୋର୍ଟ ଅନୁସାରେ, ପଟିଆଲାରେ ଶୁକ୍ରବାର ଶିବସେନା କାର୍ଯ୍ୟକର୍ତ୍ତା ଖଲିସ୍ଥାନ ବିରୋଧି ଶୋଭାଯାତ୍ରା ଆରମ୍ଭ କରିଥିଲେ । ଏହି ଘଟଣାକୁ ନେଇ ବିଭିନ୍ନ ଶିଖ୍ ସଙ୍ଗଠନ ଓ ହିନ୍ଦୁ କାର୍ଯ୍ୟକର୍ତ୍ତା ମୁହାଁମୁହିଁ ହୋଇଥିଲେ । ପରିସ୍ଥିତି ଏପରି ହୋଇଥିଲା ଯେ, ଉଭୟ ପକ୍ଷ ପରସ୍ପରକୁ ଖଣ୍ଡା ଦେଖାଇ ଭୟଭୀତ କରାଇଥିଲେ ।

ଶିବସେନା ନେତା ହରିଶ ସିଙ୍ଗଲା କହିଛନ୍ତି ଯେ, ଶିବସେନା କେବେବି ପଞ୍ଜାବରେ ଖଲିସ୍ଥାନ ହେବାକୁ ଦେବ ନାହିଁ । ଖଲିସ୍ଥାନର ନାଁ ଯେଉଁମାନେ ନେଉଛନ୍ତି ସେମାନଙ୍କୁ ବିରୋଧ କରାଯିବ ।

କୁହାଯାଉଛି ଯେ, ଶିବସେନା ଗୋଟିଏ ଦିନ ପୂର୍ବରୁ ଖଲିସ୍ଥାନ ବିରୋଧରେ ଶୋଭାଯାତ୍ରା ବାହାର କରିବ ବୋଲି ଘୋଷଣା କରିଥିଲା । ତେଣୁ ପୋଲିସ ପୂର୍ବରୁ ସତର୍କ ରହିଥିା । କୌଣସି ଅପ୍ରୀତିକର ପରିସ୍ଥିତି ଏଡାଇବାକୁ ପୋଲିସ ବ୍ୟାରିକେଡ୍ ମଧ୍ୟ କରିଥିଲା । ଉଭୟ ପକ୍ଷ ମୁହାଁମୁହିଁ ହେଲା ପରେ ପୋଲିସ ବାଧ୍ୟ ହୋଇ ବଳପ୍ରୟୋଗ କରି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା ।

ସୂଚନାଯୋଗ୍ୟ, ଖଲିସ୍ଥାନୀ ଆତଙ୍କବାଦୀ ଗୁରପତଓ୍ୱନ୍ତ ସିଂ ଏପ୍ରିଲ ୨୯ରେ ସବୁ ସରକାରୀ ଅଫିସରେ ଖଲିସ୍ଥାନୀ ପତାକା ଲଗାଇବାକୁ ଘୋଷଣା କରିଥିଲେ । କେବଳ ଏତିକି ନୁହେଁ, ପତାକା ଲଗାଇବାର ଭିଡିଓ ମଧ୍ୟ ସେୟାର କରିବାକୁ କହିଥିଲେ । ଏପରିକି ପୁରସ୍କାର ରାଶି ମଧ୍ୟ ସେ ଘୋଷଣା କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com