ଜାତୀୟ

୬୬ ବର୍ଷରେ ଦ୍ୱିତୀୟ ଥର ବର ସାଜିଲେ ଅରୁଣ, ୨୮ ବର୍ଷ ସାନ ବୁଲବୁଲଙ୍କୁ କଲେ ବିବାହ

ନୂଆଦିଲ୍ଲୀ() ପୁଣି ଥରେ ବର ସାଜିଲେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଖେଳାଳି ଆରୁଣ ଲାଲ୍ । ୬୬ ବର୍ଷରେ ପୁଣି ଥରେ ବର ବେଶରେ ନଜର ଆସିଲେ ଅରୁଣ । କୋଲକାତାରେ ତାଙ୍କଠାରୁ ୨୮ ବର୍ଷ ସାନ ବୁଲବୁଲ ସାହାଙ୍କ ବିବାହ କରିଛନ୍ତି ଅରୁଣ ଲାଲ । ଗତ ମାସରେ ଅରୁଣ ଲାଲ ଓ ବୁଲବୁଲ ସାହା ର୍ନିବନ୍ଧ କରିଥିଲେ । ୬୬ ବର୍ଷିୟ ଅରୁଣ ଲାଲଙ୍କର ଏହା ହେଉଛି ଦ୍ୱିତୀୟ ବିବାହ । ଏହା ପୂର୍ବରୁ ସେ ରୀନାଙ୍କୁ ପ୍ରଥମ ବିବାହ କରିଥିଲେ । ଉଭୟ ଆପୋଷ ବୁଝାମଣାରେ ଛାଡପତ୍ର ମଧ୍ୟ ନେଇଛନ୍ତି । ତେବେ ପ୍ରଥମ ପତ୍ନୀଙ୍କ ସହମତିରେ ଦ୍ୱିତୀୟ ବିବାହ କରୁଛନ୍ତି ଅରୁଣ । ସ୍ଥାନୀୟ ଏକ ସ୍କୁଲରେ ଟିଚର ଥିବା ବୁଲବୁଲ ଏବେ ଅରୁଣ ଲାଲଙ୍କ ଲାଇଫ ପାର୍ଟନର ପାଲଟି ଯାଇଛନ୍ତି । ଅରୁଣ ଓ ବୁଲବୁଲ ଦୀର୍ଘ ଦିନ ହେବ ପରସ୍ପରକୁ ଜାଣିଛନ୍ତି । ଅରୁଣ ଓ ବୁଲବୁଲଙ୍କ ବିବାହ ପରେ ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି । ଏହା ସହ ଏହି ନବ ଦମ୍ପତିଙ୍କ ନିକଟକୁ ଏବେ ଛୁଟୁଛି ଶୁଭେଚ୍ଛାର ସୁଅ ।

ମେ’ ୨ରେ କୋଲକତାସ୍ଥିତ ହୋଟେଲ ପିୟରଲେସରେ ଅରୁଣ ଲାଲ୍ ଓ ବୁଲବୁଲଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ବିବାହ ଉତ୍ସବରେ ବହୁ ହାଇପ୍ରୋଫାଇଲ ଅତିଥି ସାମିଲ ହୋଇଥିଲେ । ଅରୁଣ ଲାଲଙ୍କ ବିବାହ ଉତ୍ସବରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସମେତ ତୃଣମୂଳ କଂଗ୍ରେସର ସାଂସଦ ଡେରେକ ଓ ବ୍ରାୟନ ଓ ଭାରତୀୟ ଦଳର ପୂର୍ବତନ କ୍ରିକେଟର ସବା କରିମ ପ୍ରମୁଖ ସାମିଲ ହୋଇଥିଲେ।

ସୂଚନା ଅନୁସାରେ ଅରୁଣ ଲାଲ ୧୯୮୨ରେ ଭାରତ ପାଇଁ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିଲେ । ସେ ଭାରତ ପାଇଁ ୧୬ଟି ଟେଷ୍ଟ ମ୍ୟାଚ ଖେଳି ୭୨୯ ରନ ହାସଲ କରିଛନ୍ତି । ସେହିପରି ଭାରତ ପାଇଁ ୧୩ଟି ଦିନିକିଆ ମ୍ୟାଚ ମଧ୍ୟ ଖେଳିଛନ୍ତି ଅରୁଣ । ସେ ୧୩ଟି ଦିନିକିଆ ମ୍ୟାଚରେ ୧୨୨ ରନ ସଂଗ୍ରହ କରିଥିଲେ । ୧୯୮୨ରେ ଭାରତ ପାଇଁ ଡେବ୍ୟୁ କରିଥିବା ଅରୁଣ ତାଙ୍କ ଶେଷ ୧୯୮୯ ମସିହାରେ ଓ୍ୱେଷ୍ଟ ଇଣ୍ଡିଜ୍ ବିପକ୍ଷରେ ଖେଳିଥିଲେ । ବର୍ତ୍ତମାନ ଅରୁଣ ଲାଲ ବେଙ୍ଗଲ କ୍ରିକେଟ ଆସୋସିଏସନର ମୁଖ୍ୟ କୋଚ ଭାବରେ ଦାୟିତ୍ୱ ତୁଲାଉଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com