ଓଡ଼ିଶା

ଇଦ୍ ଉଲ୍ ଫିତର ଅବସରରେ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଶୁଭେଚ୍ଛା

ଭୁବନେଶ୍ୱର() ମୁସଲମାନ୍ ଭାଇ-ଭଉଣୀମାନଙ୍କ ପର୍ବ ଇଦ୍ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତିଙ୍କ ସହିତ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ମଧ୍ୟ ମୁସଲମାନ ଭାଇ-ଭଉଣୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ରାଷ୍ଟ୍ରପତି ଟ୍ୱିଟ୍ କରି ଲେଖିଛନ୍ତି ଯେ, ସମସ୍ତ ଦେଶବାସୀ ବିଶେଷକରି ମୁସଲମାନ ଭାଇ-ଭଉଣୀଙ୍କୁ ଇଦ୍ ମୁବାରକ୍ । ପବିତ୍ର ରମଜାନ୍ ମାସ ପରେ ପାଳିତ ହେଉଥିବା ଏହି ପର୍ବ ସମାଜରେ ଭାଇଚାରା ଓ ସଦ୍‌ଭାବନାକୁ ମଜବୁତ୍ କରିଥାଏ । ଆସନ୍ତୁ, ଏହି ପବିତ୍ର ଅବସରରେ ଆମେ ସବୁ ନିଜକୁ ମାନବତାର ସେବାରେ ସମର୍ପି ଦେବା ଏବଂ ଗରିବଙ୍କ ଜୀବନରେ ସୁଧାର ଆଣିବାକୁ ପ୍ରୟାସ କରିବା ।

ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଇଦ୍ ଉଲ୍ ଫିତର ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ପବିତ୍ର ପର୍ବ ଆମମାନଙ୍କ ମଧ୍ୟରେ ଏକତା ଏବଂ ଭାତୃଭାବକୁ ଆହୁରି ବୃଦ୍ଧି କରୁ ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ୱିଟ୍ କରି ଇଦ୍‌ର ଶୁଭେଚ୍ଛା ଜଣାଇଛନ୍ତି । ଇଦ୍ ପର୍ବ ସମସ୍ତଙ୍କ ମଧ୍ୟରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଦେଉ  ବୋଲି ମୁଖ୍ୟମନ୍ତ୍ରୀ କାମନା କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com