ଓଡ଼ିଶା

ପ୍ରି-ଆକ୍ଟିଭେଟେଡ୍ ସିମ୍ ସ୍କାମ୍- ସର୍ଭିସ ପ୍ରୋଭାଇଡର୍ ସଂସ୍ଥାମୁଖ୍ୟଙ୍କୁ କ୍ରାଇମ୍‌ବ୍ରାଞ୍ଚର ନୋଟିସ୍

ଢେଙ୍କାନାଳ, ମେ 4: ପ୍ରି ଆକ୍ଟିଭେଟେଡ୍ ସିମ୍ ମାମଲାରେ କ୍ସରାଇମବ୍ରାଞ୍ଚ ୩ଟି ସର୍ଭିସ ପ୍ରୋଭାଇଡର ସଂସ୍ଥାର ଢେଙ୍କାନାଳ ଜିଲ୍ଲା ମୁଖ୍ୟଙ୍କୁ ସମନ କରିଛି । ସଂସ୍ଥାର ଜିଲ୍ଲା ମୁଖ୍ୟଙ୍କୁ ପଚରା ଉଚରା କରିବା ସହ ଏହି ମାମଲାରେ ଆଉ କାହାର ସମ୍ପୃକ୍ତି ରହିଛି କି, ସେନେଇ ଖୋଳତାଡ଼ ଜାରି ରଖିଛି ।

ଢେଙ୍କାନାଳ ପ୍ରି-ଆକ୍ଟିଭେଟେଡ୍ ସିମ୍ ରାକେଟ୍ ଜାଲିଆତିର ପର୍ଦ୍ଦାଫାସ ହେବା ପରେ ରାଜ୍ୟବ୍ୟାପୀ ସମସ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଅଧିକ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆବଶ୍ୟକସ୍ଥଳେ ଚଢ଼ାଉ ପାଇଁ ଏସ୍‌ପିମାନଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ନିର୍ଦ୍ଦେଶ ବି ଦିଆଯାଇଛି । ଏପଟେ ଏହି ମାମଲାରେ ଗିରଫ ୩ ଅଭିଯୁକ୍ତଙ୍କୁ ଆଜି ୫ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ ।

ରିମାଣ୍ଡ ବେଳେ ଏହି ସାଇବର୍ ଅପରାଧ ସମ୍ପର୍କରେ ଅଧତ୍କ ଖୋଳତାଡ଼ କରିବ କ୍ରାଇମବ୍ରାଞ୍ଚ । ନିକଟରେ ଅଭିଯୁକ୍ତଙ୍କଠାରୁ ତଦନ୍ତକାରୀ ୧୯ହଜାର ୬୪୧ଟି ପ୍ରି-ଆକ୍ଟିଭେଟେଡ୍ ସିମ୍ କାର୍ଡ,  ୪୮ଟି ମୋବାଇଲ ଓ ୧୪ଲକ୍ଷ ୩୨ହଜାର ଟଙ୍କା ଜବତ କରିଛି । ଲାପ୍‌ଟପ୍‌ ସହ କିଛି ଜାଲ୍ ଭୋଟ୍ ପରିଚୟ ପତ୍ର ମଧ୍ୟ ଜବତ ହୋଇଛି । ଏନେଇ ପ୍ରେସମିଟ୍‌ରେ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଥିଲେ ।

ସୂଚନାଯୋଗ୍ୟ, ଗୋଟିଏ ସିମ୍ ବିକ୍ରି କଲେ ଅଭିଯୁକ୍ତ ଦୁଷ୍ମନ୍ତ, ସାଇପ୍ରକାଶ ଓ ଅବିନାଶକୁ ମିଳୁଥିଲା ୪ ଶହ ଟଙ୍କା । ସିମ୍‌ ବିକ୍ରି ପାଇଁ ସୋସିଆଲ୍ ମିଡିଆରେ ବାୟର୍-ସେଲର୍ ଗ୍ରୁପ୍ କରାଯାଇଥିଲା । ଏହାର ଗ୍ହୋରୁପ୍ଇ ଆଡମିନ୍ ଥିଲା ମାଷ୍ଟରମାଇଣ୍ଡ ଦୁଷ୍ମନ୍ତ । କ୍ରାଇମବ୍ରାଞ୍ଚ ଦୁଷ୍ମନ୍ତ ଓ ତା ସମ୍ପର୍କୀୟଙ୍କ ୭ଟି ବ୍ୟାଙ୍କ ଆକାଉଣ୍ଟ, ୩ଟି ପେଟିଏମ୍ ଆକାଉଣ୍ଟ ଠାବ କରିଛି । ସେଥିମଧ୍ୟରୁ ଦୁଇଟି ପେଟିଏମର ତଥ୍ୟ ପାଇଛି କ୍ରାଇମବ୍ରାଞ୍ଚ । ୧୮ ଏପ୍ରିଲ୍ ୨୦୨୦ରୁ ଏହି ଜାଲିଆତି ଆରମ୍ଭ କରିଥିଲେ ଅଭିଯୁକ୍ତ । ଦୁଇଟି ପେଟିଏମ୍ ଆକାଉଣ୍ଟରେ ୩୦ ଲକ୍ଷ ଟଙ୍କାର କାରବାର କରିଥିବା ତଥ୍ୟ ମିଳିଛି ଓ ସାରା ଦେଶକୁ ଲମ୍ବିଛି ଏହି ଅପରାଧ ନେଟ୍‌ୱର୍କ । ଏହି ଅପରାଧରେ ବିଭିନ୍ନ ଟେଲିକମ୍ କମ୍ପାନୀ କର୍ମଚାରୀଙ୍କ ସମ୍ପୃକ୍ତି ରହିଛି ବୋଲି ଆଶଙ୍କା କରୁଛି କ୍ରାଇମବ୍ରାଞ୍ଚ ।

Related Articles

Back to top button
WP Twitter Auto Publish Powered By : XYZScripts.com