ଓଡ଼ିଶା

ବାର୍‌ମାନଙ୍କରେ ବାଉନସର ନିଯୁକ୍ତିକୁ କମିଶନରେଟ୍ ପୋଲିସ ପକ୍ଷରୁ ବାରଣ

ଭୁବନେଶ୍ୱର: ଦ୍ବୈତନଗରୀ ଭୁବନେଶ୍ୱର – କଟକ କମିଶନରେଟ୍ ପୋଲିସ୍ ଅଞ୍ଚଳରେ ଥିବା ମଦବାରଗୁଡ଼ିକ ସୁରକ୍ଷା କାର୍ଯ୍ୟ ପାଇଁ ପ୍ରାଇଭେଟ୍‌ ସୁରକ୍ଷାକର୍ମୀ / ବାଉନସରମାନଙ୍କୁ ନିୟୋଜିତ କରୁଥିବା ସରକାରଙ୍କ ଦୃଷ୍ଟିରୁ ଆସିଛି । ଏହି ପ୍ରକାର ସୁରକ୍ଷାକର୍ମୀମାନଙ୍କ ନାମରେ ବହୁ ଅପରାଧ ମାମଲା ମଧ୍ୟ ନିକଟ ଅତୀତରେ ରୁଜୁ ହୋଇଛି । ବାଉନସରମାନଙ୍କଠାରୁ ସାଧାରଣ ଗ୍ରାହକଙ୍କ ଜୀବନ ପ୍ରତି ବିପଦ ତଥା ସାମାଜିକ ଶାନ୍ତି ବ୍ୟାହତ ହେବାର ମଧ୍ୟ ଆଶଙ୍କା ରହିଛି । ଏହି ପରିପ୍ରେକ୍ଷୀରେ ଉଭୟ ଭୁବନେଶ୍ୱର ଏବଂ କଟକ ଅଞ୍ଚଳର ବାର୍‌ମାଲିକମାନଙ୍କ ପାଇଁ ପୋଲିସ କମିଶନର ଆସନ୍ତା ଦୁଇମାସ ପର୍ଯ୍ୟନ୍ତ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ବାରମାଲିକମାନେ ନିଜ ଅଞ୍ଚଳର ଡିସିପିଙ୍କଠାରୁ ସୁରକ୍ଷା କର୍ମଚାରୀଙ୍କ ସଂପର୍କରେ ଅପରାଧ ପୃଷ୍ଠଭୂମିର ପୂର୍ବ ରେକର୍ଡ ଯାଞ୍ଚ କରିବା ବାଧ୍ୟତାମୂଳକ କରାଯାଇଛି । ପ୍ରାଇଭେଟ୍ ସିକ୍ୟୁରିଟି ଏଜେନ୍ସିମାନଙ୍କଠାରୁ ବାରମାଲିକମାନେ ସୁରକ୍ଷା କର୍ମଚାରୀ ନିୟୋଜିତ କରିପାରିବେ । ନିୟୋଜିତ କରିଥିବା ସୁରକ୍ଷା କର୍ମଚାରୀଙ୍କ ବିଷୟରେ ବାରମାଲିକମାନେ ସ୍ଥାନୀୟ ପୋଲିସକୁ ଲିଖିତ ଭାବେ ଜଣାଇବେ । ଏହି ନିୟୋଜିତ ସୁରକ୍ଷା କର୍ମଚାରୀଙ୍କ ସାଧାରଣ ଆଇନ ପରିସରଭୁକ୍ତ ରହିବେ । ଆବଶ୍ୟକସ୍ଥଳେ ୧୧୨ ନମ୍ବରକୁ କଲକରି ଏହି ସୁରକ୍ଷା କର୍ମଚାରୀମାନଙ୍କ ସୂଚନା ଦେଇପାରିବେ ।

କୌଣସି ପରିସ୍ଥିତିରେ ମଧ୍ୟ ଏହି ସୁରକ୍ଷାକର୍ମୀମାନେ ଗ୍ରାହକମାନଙ୍କ ମୌଳିକ ଅଧିକାରକୁ ଉଲଂଘନ କରିପାରିବେ ନାହିଁ । ମଇ ୧୦ ତାରିଖରୁ ଜୁଲାଇ ୮ ତାରିଖ ( ଉଭୟ ଦିନକୁ ମିଶାଇ ) ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ବଳବତ୍ତର ରହିବ ବୋଲି ଦ୍ବୈତନଗରୀ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com