ଅନ୍ୟାନ୍ୟ

ଦିଲ୍ଲୀ ଅଗ୍ନିକାଣ୍ଡର ମାଜିଷ୍ଟ୍ରେଟ୍ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ, ସିସିଟିଭି କମ୍ପାନୀ ମାଲିକ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ମୁନ୍ଦକା ମେଟ୍ରୋ ଷ୍ଟେସନ ଅଗ୍ନିକାଣ୍ଡର ମାଜିଷ୍ଟ୍ରେଟସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ମୂଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘଟଣାର ତଦନ୍ତ ଆଦେଶ ଦେଇଛନ୍ତି । କାହିଁକି ଘଟିଲା ଅଗ୍ନିକାଣ୍ଡ? ଏଥି ଲାଗି ଦାୟୀ କିଏ ? ବିନା ଫାୟାର ଏନଓସିରେ କିପରି ଚାଲିଥିଲା ଗୋଦାମ ? ଏତେ ବଡ଼ ଘଟଣା ଘଟିବା ପୂର୍ବରୁ ପ୍ରଶାସନ କରୁଥିଲା କ’ଣ ?ଏ ତମାମ ପ୍ରଶ୍ନର ଉତ୍ତର ଖୋଜା ଚାଲିଛି । ଚାରି ମହଲା କୋଠାରେ ହୋଇଥିବା ଭୟଙ୍କର ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୭ରେ ପହଞ୍ଚିଛି । ଗୁରୁତର ଆହତ ୧୨ ଜଣଙ୍କୁ ସ୍ଥାନୀୟ ସଞ୍ଜୟ ଗାନ୍ଧି ହସ୍ପିଟାଲରେ ଚିକିତ୍ସା କରାଯାଉଛି । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରାଯାଇଛି । ସେପଟେ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ଓ ଆହତ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଘଟଣାରେ ସିସିଟିଭି କମ୍ପାନି ମାଲିକ ହରୀଶ ଗୋୟଲ ଓ ବରୁଣ ଗୋୟଲଙ୍କୁ ଗିରଫ କରାଯାଇଛି । ଅଗ୍ନିକାଣ୍ଡରେ ସେମାନଙ୍କ ବାପା ଅମରନାଥ ଗୋୟଲ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଘଟଣା ପରେ ବିଲ୍ଡିଂ ମାଲିକ ମନୀଷ ଲାକ୍ରା ଫେରାର ହୋଇଯାଇଛନ୍ତି । ବିଲଡିଂର ପ୍ରଥମ ମହଲାରେ ଥିବା ଏକ ସିସିଟିଭି କ୍ୟାମେରା ଗୋଦାମରୁ ଏହି ନିଆଁ ବାହାରିଥିଲା । ଏହି କୋଠାରେ ବିଭିନ୍ନ କମ୍ପାନିର କାର‌୍ୟ୍ୟାଳୟ ରହିଥିଲା । ଅଗ୍ନିକାଣ୍ଡରେ ବହୁ ଅଫିସ ଜଳି ପୋଡି ଧ୍ବଂସ ହୋଇଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com